ଆଗଲପୁର ବ୍ଲକ କୁଟାସିଂହା ଆଞ୍ଚଳିକ ସାଧନ କେନ୍ଦ୍ରରେ ଶିକ୍ଷା ସପ୍ତାହ କାର୍ଯ୍ୟକ୍ରମ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ଓଡିଶା ସରକାରଙ୍କ ଦ୍ଵାରା ନିଆଯାଇଥିବା ଯୋଜନାନୁସାରେ ଆଗଲପୁର ବ୍ଲକର କୁଟାସିଂହା ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରରେ ଶିକ୍ଷା ସପ୍ତାହ କାର୍ଯ୍ୟକ୍ରମ ଗତ ଜୁଲାଇ ୨୨ରୁ ୨୯ ଯାଏଁ ଅନୁଷ୍ଠିତ ହୋଇଯାଇଛି । ଆଞ୍ଚଳିକ କେନ୍ଦ୍ରରେ ଥିବା କୁଟାସିଂହା, ତେନ୍ତୁଳି ଗାଁ, ଡୁଙ୍ଗୁରିପାଲି, ସେମେଲମୁଣ୍ଡା, ପଟୁଆପାଲି, ପାଣ୍ଡ୍ରିଡୁଙ୍ଗୁରି, ଡୁମ୍ଵେରପାଲି, ଖୁଣ୍ଟୁଲିମୁଣ୍ଡାଗାଁର ସର୍ବମୋଟ ୧୧ଟି ବିଦ୍ୟାଳୟରେ ଶିକ୍ଷା ସପ୍ତାହର ବିଭିନ୍ନ ଦିବସରେ ଶିକ୍ଷଣ ସାମଗ୍ରୀ, ମାତୃଭାଷା, ଅକ୍ଷର ଓ ସଂଖ୍ୟା ଜ୍ଞାନ, କ୍ରୀଡା, ସାଂସ୍କୃତିକ କାର୍ଯ୍ୟକ୍ରମ, ଦକ୍ଷତା ଓଡିଜିଟାଲ ପ୍ରୋତ୍ସାହନ, ଇକୋ କ୍ଲବ, ପୋଷଣ କାର୍ଯ୍ୟକ୍ରମ, ସମ୍ପ୍ରଦାୟ, ଗୋଷ୍ଠୀ ଯୋଗଦାନ କାର୍ଯ୍ୟକ୍ରମ କରାଯାଇଛି । ଆଞ୍ଚଳିକ ସାଧନ କର୍ମୀ ନିରଞ୍ଜନ ପଧାନଙ୍କ ତତ୍ତ୍ଵାବଧାନରେ ଓ ମାର୍ଗଦର୍ଶନରେ ଏହି କାର୍ଯ୍ୟକ୍ରମ ସଫଳତା ସହ ସମ୍ପନ୍ନ ହୋଇଥିଲା ।

Leave A Reply

Your email address will not be published.