ପ୍ରକୃତି ସଂରକ୍ଷଣ ପାଇଁ ବୃକ୍ଷରୋପଣର ନିହାତି ଆବଶ୍ୟକ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ ଅନ୍ତର୍ଗତ ରାମଗଡ଼ ପଞ୍ଚାୟତ ରଘୁନାଥପୁର ସ୍ୱାମୀ ବିବେକାନନ୍ଦ ବିଦ୍ୟା ମନ୍ଦିର ଓ ଗଞ୍ଜାମ ସାହିତ୍ୟ ଘରର ମିଳିତ ୭୫ତମ ବନ ମହୋତ୍ସବ ସ୍କୁଲର ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ବାରିକ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା ଯୋଗ ଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ଚିଲିକା ବନ୍ୟପ୍ରାଣୀ ବନଖଣ୍ଡ ଅଧିକାରୀ ଅମ୍ଲାନ ନାୟକ ସମ୍ମାନିତ ଅତିଥି ଭାବେ ରମ୍ଭା ବନ୍ୟପ୍ରାଣୀ ବନାଞ୍ଚଳ ଅଧିକାରୀ ଶ୍ରୀମତୀ ରଶ୍ମିତା ଜେନା, ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ତଥା ପ୍ରକୃତି ବନ୍ଧୁ ପୂର୍ବତନ ପ୍ରଧାନ ଶିକ୍ଷକ ବିଜୟ କୁମାର ବିଶ୍ୱାଳ, ଗଞ୍ଜାମ ଜିଲ୍ଲା ଇକୋ କ୍ଲବ ସଂଯୋଜକ ଡ. ଶଙ୍କର ନାରାୟଣ ବେଜ ପ୍ରମୁଖଙ୍କୁ ସମାଜସେବୀ ପୂର୍ଣ୍ଣଚନ୍ଦ୍ର ପଣ୍ଡା ଅତିଥି ମାନଙ୍କୁ ମଞ୍ଚକୁ ସ୍ୱାଗତ କରିବା ସହ ଉପଢୌକନ ଦେଇ ସମ୍ମାନିତ କରିଥିଲେ । ଅତିଥି ମାନେ ସଂପ୍ରତି ପରିବେଶ ପ୍ରଦୂଷଣ ଓ ଏହାର ନିରାକରଣ ପାଇଁ ବୃକ୍ଷରୋପଣର ଆବଶ୍ୟକତା ଉପରେ ଅଲେକପାତ କରିଥିଲେ । ବୃକ୍ଷରୋପଣ ଆବଶ୍ୟକତା ଉପରେ ଆଧାରିତ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ପରିବେଶିତ, ‘ଗଛ ଟିଏ ମୁ ଗଛ ଟିଏ’ ବେଶ ଚିତ୍ତାକର୍ଷକ ହୋଇଥିଲା । ପୂର୍ବରୁ ଛାତ୍ରଛାତ୍ରୀଙ୍କ ଦ୍ଵାରା ବତ୍କୃତା, ପ୍ରବନ୍ଧ ଓ ଚିତ୍ରାଙ୍କନ ପ୍ରତିଯୋଗିତାର ଆୟୋଜନ କରାଯାଇ ଚୟନ କରାଯାଇଥିବା କୃତି ଛାତ୍ରଛାତ୍ରୀ ଇତିଶ୍ରୀ ସାହୁ, ସଂନ୍ଧାରାଣୀ ନାହାକ, ହିମାଂଶୁ ପ୍ରଧାନ, ଆକାଶ ସାହୁ, ଚନ୍ଦନ ସାହୁ ପ୍ରଭୃତିଙ୍କୁ ପ୍ରମାଣପତ୍ର ସହ ପୁରସ୍କୃତ କରାଯାଇଥିଲା । ବିଦ୍ୟା ମନ୍ଦିର ପ୍ରଧାନ ଶିକ୍ଷୟତ୍ରୀ ସସ୍ମିତା ମହାରଥୀ ଧନ୍ୟବାଦ ଅର୍ପଣ କରିଥିବା ବେଳେ ଗୁରୁମା ଦୀପାସାହୁ, ରୂପାଲି ମୁଦୁଲି, ମାମାଲି ସାହୁ ଓ ଗୁରୁଜୀ ରାକେଶ ଛୋଟରାୟ ସହଯୋଗ କରିଥିଲେ । ସଭାଶେଷରେ ବିଦ୍ୟାଳୟ ପରିସରରେ ଅତିଥି ମାନଙ୍କ ଦ୍ଵାରା ଓ ଗୁରୁମା ସ୍ୱପ୍ନାରାଣୀ ପାତ୍ର, ସଂଧ୍ୟା ପ୍ରଧାନ, ଜାଗୃତି ସାହୁ, ବିଦେଶିନୀ ମାଳୀ, ପୂଜା ସ୍ୱାଇଁ, ଅଞ୍ଜନା ମୁଦୁଲି ମାନଙ୍କଦ୍ଵାରା ବୃକ୍ଷରୋପଣ କାର୍ଯ୍ୟକ୍ରମ ଶୁଭାରମ୍ଭ କରାଯାଇଥିଲା । ପୂର୍ବ କାର୍ଯ୍ୟସୂଚୀ ଅନୁଯାୟୀ ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କୁ ସେମାନଙ୍କ ଅଭିଭାବକଙ୍କ ଉପସ୍ଥିତିରେ ଗୋଟିଏ ଲେଖାଏଁ ଚାର ଯୋଗାଇ ଦିଆଯାଇଥିଲା । ଅଧ୍ୟାପକ ଗିରିଶ ଆଚାର୍ଯ୍ୟ, ସମ୍ବାଦ ପ୍ରତିନିଧି ଲକ୍ଷ୍ମୀ ପାଢ଼ୀଙ୍କ ସମେତ ଅନ୍ୟାନ୍ୟ ସଦସ୍ୟ, ବିଦ୍ୟାମନ୍ଦିରର ଶିକ୍ଷକ, ଶିକ୍ଷୟତ୍ରୀ ଓ ଅନ୍ୟାନ୍ୟ କର୍ମଚାରୀ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.