ପଦ୍ମପୁର ବାରିକ ସମାଜର ବାର୍ଷିକୋତ୍ସବ ଉଦଯାପିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ରାଜବୋଡାସମର ବ୍ଳକ ପଦ୍ମପୁର ଗୋରୁ ବଜାର ନିକଟରେ ଥିବା ବାରିକ ସମାଜ କଲ୍ୟାଣ ମଣ୍ଡପ ଠାରେ ନବବର୍ଷ ଉପଲକ୍ଷେ ବାରିକ ସମାଜ ତରଫରୁ ଏକ ସଭା ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଭାକୁ ସେଲୁନ ଦୋକାନୀ ସଂଘର ସଭାପତି ଦୁର୍ୟ୍ୟୋଧନ ବାରିକ ସଭାପତିତ୍ବ କରିଥିଲେ । ଏଥିରେ ବିସ୍ତୃତ ଭାବରେ କିପରି ବାରିକ ସମାଜ ଓ ସେଲୁନ ଦୋକାନ ମାନଙ୍କରେ ଉନ୍ନତି ହେବ ଏବଂ ବାରିକ ସମାଜର ଅର୍ଦ୍ଧ ନିର୍ମିତ କଲ୍ୟାଣ ମଣ୍ଡପ କିପରି ସମ୍ପୂର୍ଣ୍ଣ ହେବ ଆଲୋଚନା କରାଯାଇଥିଲା । ଶେଷରେ ଧୃବଚରଣ ବାରିକ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.