csstore

୧୯୮୯ ବେଚ୍ ଆୟୁର୍ବେଦିକ କଲେଜର ବନ୍ଧୁମିଳନ

ବଲାଙ୍ଗୀର, (ଦେବାଶିଷ ମିଶ୍ର‌) : ଗତକାଲି ୬ ଜାନୁୟାରୀରେ ବଲାଙ୍ଗୀର ଆୟୁର୍ବେଦିକ କଲେଜର ୧୯୮୯ ବେଚ୍ର ବନ୍ଧୁମିଳନ ବଲାଙ୍ଗୀର ସହର ଉପକଣ୍ଠ କଦଲିମୁଣ୍ଡା ସ୍ଥିତ ଫରେଷ୍ଟ ପାର୍କରେ ଆୟୋଜିତ ହୋଇଯାଇଛି । ସମସ୍ତେ କଲେଜ ସମୟର ସ୍ମୃତି ସବୁକୁ ହସଉଲ୍‌ଲ୍ଲାସ ସହ ମନେ ପକେଇଥିଲେ । ଏହି କାର୍ୟ୍ୟକ୍ରମରେ ଡା.ରଞ୍ଜିତ କୁମାର ଗୁରୁ, ଡା.ଶିବ ପ୍ରସାଦ ହୋତା, ଡା. ସୁରଭି ପାଣିଗ୍ରାହୀ, ଡା. ଅଜିତ କୁମାର ପଣ୍ଡା, ଡା. ଅବିନାଶ ବେହେରା, ଡା.ଅନିତା ମିଶ୍ର, ଡା. ସୌରୀ ନାରାୟଣ ଷାଣ୍ଢ, ଡା. ପ୍ରକାଶ ଦାଶ, ଡା. ପ୍ରକାଶ ପ୍ରହରାଜ, ଡା. ଦିଲୀପ ରଣା, ଡା. ପ୍ରଶାନ୍ତ ପଣ୍ଡା, ଡା. ସରୋଜ ସାହୁ, ଡା. ସରୋଜ ମେହେର, ଡା. ବିବେକା ସାହୁ, ଡା. ଚୂଡ଼ାମଣୀ ମେହେର, ଡା. ଅଶୋକ ଭୋଇ ଓ ସମସ୍ତଙ୍କ ପରିବାରବର୍ଗ ଉପସ୍ଥିତ ଥିଲେ । ଆଗାମୀ ଦିନରେ ଏକ ଟ୍ରଷ୍ଟ ଗଠନ କରି କିପରି ଆୟୁର୍ବେଦର ପ୍ରଚାର ପ୍ରସାର ଓ ମାଗଣାରେ ରୋଗୀ ସେବା ଉପଲବ୍ଧ କରାଯାଇପାରିବ ସେ ବିଷୟରେ ଆଲୋଚନା କରାଯାଇଥିଲା । ଶେଷରେ ଡା. ଶିବ ପ୍ରସାଦ ହୋତା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

jayashree
Leave A Reply

Your email address will not be published.