୧ କ୍ୱିଣ୍ଟାଲ ଗଞ୍ଜେଇ ଜବତ : ୩ ଗିରଫ

ଯଶିପୁର : ପୋଲିସକୁ ମିଳିଲା ବଡ଼ ସଫଳତା । କିଛି ଦିନ ବ୍ୟବଧାନରେ ପୁଣି ଗଞ୍ଜେଇ ଚୋରା ଚାଲାଣ ହେଉଥିବା ଖବର ପାଇ ମାଫିଆଙ୍କୁ ଧରିଛି ପୋଲିସ । ଗଞ୍ଜେଇ ଭର୍ଭି ଗାଡ଼ି ଜବତ, ୩ ଗଞ୍ଜେଇ ମାଫିଆ ଗିରଫ । ସୂଚନ ଅନୁଯାୟୀ, ଯଶିପୁରରେ ବଢି ଚାଲିଛି ଗଞ୍ଜେଇ ଚୋରା ଚାଲାଣ । ରବିବାର ସକାଳୁ କଟକ ଜିଲ୍ଲା ବଡ଼ମ୍ବା କୋଷିକିଆରି ଅଞ୍ଚଳରୁ ମୟୂରଭଞ୍ଜ ଜିଲ୍ଲା ବିଶୋଇ ଅଞ୍ଚଳକୁ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ଖବର ପାଇଥିଲା ପୋଲିସ । ୪୯ ନଂ ଜାତୀୟ ରାଜପଥରେ ଯଶିପୁର ପୋଲିସ ଛକି ବସିଥିଲା । ହଠାତ୍ ହଠାତ୍ ପୋଲିସକୁ ଦେଖି ମାଫିଆ ମାନେ ଗାଡ଼ି ବୁଲାଇ ଯଶିପୁର ଥାନା ଅଙ୍ଗାରପଦା ଗାଁ ରାସ୍ତାକୁ ପଶିଯାଇ ଫେରାର୍‌ ହେବାକୁ ଉଦ୍ୟମ କରିଥିଲେ । ଯଶିପୁର ପୋଲିସ ଗୋଡ଼େଇ ଗୋଡ଼େଇ ସେମାନଙ୍କୁ ମସିଣାବିଲା ଗାଁ ମୁଣ୍ଡରେ ଧରିବାରେ ସଫଳ ହୋଇଛି । ସେମାନଙ୍କ ଠାରୁ ୨ଟି ଗାଡି ଓ ୧ କ୍ୱିଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ ହୋଇଛି । ଏହାର ଆନୁମାନିକ ମୁଲ୍ୟ ୧୦ ଲକ୍ଷରୁ ଅଧିକ ହେବ ବୋଲି ସୂଚନା ଦେଇଛି ପୋଲିସ ।

Leave A Reply

Your email address will not be published.