csstore

ବଲାଙ୍ଗିର ସାଂସଦଙ୍କ ଟିଟିଲାଗଡ଼ ମ୍ୟୁନ୍‌ସିପାଲ୍‌ଟି ପ୍ରତିନିଧି ଭାବେ ମନୋନୀତ ହେଲେ ପ୍ରଶାନ୍ତ ଷଡ଼ଙ୍ଗୀ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ବଲାଙ୍ଗିର ଲୋକସଭା ସାଂସଦ ଶ୍ରୀମତୀ ସଙ୍ଗୀତା ସିଂହଦେଓ ତାଙ୍କର ଟିଟିଲାଗଡ଼ ମ୍ୟୁନ୍‌ସିପାଲଟି ଏବଂ ଦେବୋତ୍ତର ଟ୍ରଷ୍ଟ ବୋର୍ଡ ପାଇଁ ପ୍ରତିନିଧି ଭାବରେ ଟିଟିଲାଗଡ଼ ବିଜେପି ସଭାପତି ପ୍ରଶାନ୍ତ ଷଡ଼ଙ୍ଗୀଙ୍କୁ ମନୋନୀତ କରିଛନ୍ତି । ତାଙ୍କ ଉପରେ ଆସ୍ଥା ରଖିଥିବାରୁ ଶ୍ରୀ ଷଡ଼ଙ୍ଗୀ ବଲାଙ୍ଗିର ସାଂସଦ ଶ୍ରୀମତି ସିଂହଦେଓ ଏବଂ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି । ଟିଟିଲାଗଡ଼ ବାସୀଙ୍କ ସ୍ୱାର୍ଥ ରକ୍ଷା ପାଇଁ କାମ କରିବା ସହିତ ଡବଲ ଇଞ୍ଜିନ ସରକାରଙ୍କ ସମସ୍ତ ଯୋଜନାରେ ଯେପରି ଗରିବ ଲୋକଙ୍କ ପାଖରେ ପହଞ୍ଚିବ ସେଥିପାଇଁ ପ୍ରୟାସ କରିବେ ବୋଲି କହିଛନ୍ତି ଏବଂ ଟିଟିଲାଗଡ଼ ବିଜେପିର ସମସ୍ତଙ୍କୁ ସାଥିରେ ନେଇ କାମ କରିବେ ବୋଲି ନିଜ ପ୍ରତିକ୍ରିୟାରେ କହିଛନ୍ତି । ଏହି ଖବର ପ୍ରଚାରିତ ହେବାପରେ ବିଜେପି କର୍ମକର୍ତ୍ତା ଓ ମ୍ୟୁନ୍‌ସିପାଲ୍‌ଟିର କାଉନ୍‌ସିଲର୍‌ ବୃନ୍ଦ ତଥା ତାଙ୍କର ଶୁଭେଛୁ ବୃନ୍ଦ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

jayashree
Leave A Reply

Your email address will not be published.