ଅବସରକାଳୀନ ସମ୍ବର୍ଦ୍ଧନା ସମାରୋହ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ୍ ଅନ୍ତର୍ଗତ କାର୍ତ୍ତିକଢ଼ି ଗ୍ରାମରେ ଥିବା କାର୍ତ୍ତିକଢ଼ି ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ପଦ୍ମନାଭ ବିଶ୍ଵାଳଙ୍କୁ ବିଦ୍ୟାଳୟର ଛାତ୍ରଛାତ୍ରୀ ଏବଂ ଶିକ୍ଷକ ଓ ଶିକ୍ଷୟତ୍ରୀମାନେ ଭବ୍ୟ ସମ୍ବର୍ଦ୍ଧନା ଜଣାଇଥିଲେ । ଏଥି ସହ ଖଣ୍ଡି ଦେଉଳି କ୍ଲଷ୍ଟର୍‌ର ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ ଏବଂ କାର୍ତ୍ତିକଢି ଗ୍ରାମ୍ୟ କମିଟି ତରଫରୁ ଅବସରକାଳୀନ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ ହୋଇଛି । ଏହି ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ସଂଯୁକ୍ତା ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଉକ୍ତ ସମାରୋହରେ କ୍ଲଷ୍ଟର୍‌ ସି. ଆର୍‌. ସି. ସି. ସଞ୍ଜୟ ତରାଇ ଗ୍ରାମ୍ୟ କମିଟି ସଭାପତିଙ୍କ ସମେତ ସମସ୍ତ ବିଦ୍ୟାଳୟ ଶିକ୍ଷକ ଓ ଶିକ୍ଷୟତ୍ରୀମାନେ ଯୋଗଦେଇ ଏହି ବିଦ୍ୟାୟକାଳୀନ ସମ୍ବର୍ଦ୍ଧନା କରାଯାଇଥିଲା । ଏବଂ ବିଦାୟୀ ଶିକ୍ଷକଙ୍କ ଅବଦାନ ଉପରେ ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀମାନେ ଅବଦାନ ସମ୍ପର୍କ ବିଷୟରେ ଆଲୋପାତ କରିଥିଲେ । ଏହି ପରିପ୍ରେକ୍ଷୀରେ ବିଦ୍ୟାଳୟର ବିଦାୟୀ ପ୍ରଧାନ ଶିକ୍ଷକଙ୍କୁ ଗ୍ରାମର ବିଶାଳ ଶୋଭାଯାତ୍ରା ସହ ପଟୁଆରରେ ଗ୍ରାମର ସମସ୍ତ ସାହି, ଗଳିରେ ପରିକ୍ରମା କରିବା ସହ ବିଭିନ୍ନ ମାନପତ୍ର ଉପଢୌକନ ପ୍ରଦାନ କରାଯାଇ ସମ୍ମାନିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଗ୍ରାମର ସଭାପତି ଶତ୍ରୁଘ୍ନ ରେଡ୍ଡୀ ଓ ଶିବରାମ ବେହେରା ସ୍କୁଲ ସଭାପତି ଏନ୍ ସତ୍ୟନାରାୟଣ ରେଡ୍ଡୀ ସରପଞ୍ଚ ପ୍ରତିନିଧି ଭୀମସେନ ସାହୁ ସମିତି ସଭ୍ୟ ପ୍ରତିନିଧି ରାମଚନ୍ଦ୍ର ରେଡ୍ଡୀ ଶିକ୍ଷୟତ୍ରୀ ସୁନୀତା ଦାସ ଏବଂ ନାରାୟଣ ପାତ୍ରଙ୍କ ସମେତ ପ୍ରମୁଖ ସହଯୋଗ କରିଥିଲ ।

Leave A Reply

Your email address will not be published.