csstore

ଜିଲ୍ଲା ଷ୍ଟାଡିୟମ ପରିଦର୍ଶନ କଲେ ବୌଦ୍ଧ ବିଧାୟକ

ବୌଦ୍ଧ, (ଜୟାନନ୍ଦ ମିଶ୍ର) : ବୌଦ୍ଧ ବିଧାୟକ ସରୋଜ କୁମାର ପ୍ରଧାନ ବୌଦ୍ଧ ଜିଲ୍ଲାର ଏକମାତ୍ର ଜିଲ୍ଲା ଷ୍ଟାଡିୟମ ପରିଦର୍ଶନ କରିଛନ୍ତି । ୨୦ ବର୍ଷରୁ ଅଧିକ ହେଲା ଷ୍ଟାଡିୟମ ନିର୍ମାଣ ଚାଲିଥିଲେ ସୁଦ୍ଧା ଏପର୍ଯ୍ୟନ୍ତ କ୍ରୀଡାପଯୋଗୀ କରିବା ପାଇଁ ବିଭିନ୍ନ ବିଭାଗୀୟ ଅଧିକାରୀମାନଙ୍କ ସହ ସ୍ଥିତି ସଂପର୍କରେ ଆଲୋଚନା କରିଥିଲେ । ଷ୍ଟାଡିୟମର ଖେଳ ପଡିଆ ମଧ୍ୟଭାଗରେ ଥିବା ଏକ କଂକ୍ରିଟ ହେଲିପ୍ୟାଡକୁ ତୁରନ୍ତ ହଟାଇବାକୁ ବିଧାୟକ ପୂର୍ତ୍ତବିଭାଗ ଅଧିକାରୀମାନଙ୍କୁ ଜଣାଇବା ପରେ ତାହା ତୁରନ୍ତ ହଟାଯାଇଥିଲା । ସେହିପରି ଷ୍ଟାଡିୟମ ମଧ୍ୟରେ ଥିବା ପାଦଚଲା ରାସ୍ତାରେ ବୌଦ୍ଧ ଏନ୍‌ଏସି ଦ୍ୱାରା ବିଛାଯାଇଥିବା ପେବର ବ୍ଲକ ଦବି ଯାଇଥିବାରୁ ଏହାର ମରାମତି ପାଇଁ ସେ ଏନ୍‌ଏସି ନିର୍ବାହୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଷ୍ଟାଡିୟମ ମଧ୍ୟରେ ଥିବା ଖେଳପଡିଆକୁ ସମତୁଲ କରିବାସହ ଖେଳପଯୋଗୀ କରିବା ପାଇଁ ଏବଂ ଗ୍ୟାଲେରୀର ମରାମତି ପାଇଁ ଆବଶ୍ୟକ ପଦକ୍ଷେପ ନେବାପାଇଁ ପ୍ରଶାସନ ସହ ବୈଠକ ଜରିିଆରେ ସମାଧାନ କରାଯିବ ବୋଲି ବିଧାୟକ ଶ୍ରୀ ପ୍ରଧାନ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ବୌଦ୍ଧ ଜିଲ୍ଲାରେ କ୍ରୀଡାର ଉନ୍ନତି ପାଇଁ ଆବଶ୍ୟକ ସହଯୋଗ ମିଳିବ ବୋଲି ବିଧାୟକ କହିଥିଲେ । ଜିନ୍ଦଲ କଂପାନୀ ଦ୍ୱାରା ସନ୍ତରଣାଗାର ପରିଚାଳନା ନେଇ ସେ ସନ୍ତୋଷ ବ୍ୟକ୍ତ କରିବାସହ ଷ୍ଟାଡିୟମ ମଧ୍ୟରେ ଥିବା ଖେଳ ପଡିଆକୁ ଅବାଧ ଯାନବାହନ ଚଳାଚଳକୁ ପ୍ରତିରୋଧ କରିବାସହ କ୍ରୀଡା ବିଭାଗ ଏହି ଷ୍ଟାଡିୟମ ପ୍ରତି ଅଧିକ ଯତ୍ନବାନ ହେବାପାଇଁ ସେ ପରାମର୍ଶ ଦେଇଥିଲେ । ବିଧାୟକଙ୍କ ପରିଦର୍ଶନ ସମୟରେ ଖେଳାଳୀ, କ୍ରୀଡାବିତ୍‌, ଜିଲ୍ଲା କ୍ରିକେଟ ଆସୋସିଏସନ୍‌ର କର୍ମକର୍ତ୍ତା ତଥା ଗଣମାଧ୍ୟମ ପ୍ରତିନିଧିମାନେ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.