ଟିଟିଲାଗଡ ରେଳ ଓଭର୍‌ ବ୍ରିଜ୍‌ ପାଲଟିଛି କୁକୁରଙ୍କ ଝାଡା ଫେରିବା ସ୍ଥାନ : ଦୂଷିତ ହେଉଛି ପରିବେଶ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡର ରେଳ ଓଭର୍‌ ବ୍ରିଜ୍‌ ଏବେ ସହରର ଏକ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଛି । ଖାସ କରି ସକାଳ ଏବଂ ସନ୍ଧ୍ୟାରେ ସହରର ବହୁତ ଲୋକ ଏଠାକୁ ପ୍ରାନ୍ତ ଓ ସନ୍ଧ୍ୟା ଭ୍ରମଣରେ ଆସିଥାନ୍ତି । ବହୁତ ଲୋକଙ୍କ ଜନ୍ମ ଦିନ କେକ କଟା, ବାହାରୁ ଆସୁଥିବା ସମ୍ପର୍କୀୟ ମାନଙ୍କୁ ଧରି ସନ୍ଧ୍ୟାରେ ବୁଲେଇ ଆଣିବା, ସପରିବାର ଆସି ସନ୍ଧ୍ୟାରେ ବୁଲି ସେଲ୍ଫି ନେବା ମଧ୍ୟ ଦେଖିବାକୁ ମିଳିଥାଏ । ପରିତାପର ବିଷୟ ଯେ, କିଛି ଦୂର୍ବୁଦ୍ଧି ଥିବା ଲୋକ ନିଜ କୁକୁରକୁ ଆଣି ଥାନା ପଟୁ ଓଭର୍‌ ବ୍ରିଜ୍‌ ଚଢିବା ସମୟରେ ଝାଡା ଫେରାଇବା ଯୋଗୁଁ ଦୁର୍ଗନ୍ଧ ସାଙ୍ଗକୁ ପରିବେଶ ଦୂଷିତ ହେଉଛି । ସେହିପରି ରେଳ ଧାରଣା ଉପରେ ଥିବା ବ୍ରିଜ୍‌ ଉପରେ ଆଜି ସକାଳୁ କୌଣସି ବ୍ୟକ୍ତି ଝାଡା ଫେରିଛନ୍ତି । ଯାହାକି ସକାଳ ପ୍ରାନ୍ତ ଭ୍ରମଣରେ ଆସୁଥିବା ଲୋକଙ୍କୁ ଏକ ଯନ୍ତ୍ରଣା ଦେବା ସଙ୍ଗେ ସମାନ । ଏହି ସବୁ କର୍ଯ୍ୟ ଯୋଗୁଁ ପରିବେଶ ଦୂଷିତ ହେଉଛି, ଏହିଭଳି ବ୍ୟକ୍ତି ମାନଙ୍କୁ ମାନସିକ ବିକୃତି ରୋଗୀ ବୋଲି କୁହାଯାଇପାରେ ବୋଲି ସାଧାରଣରେ ଆଲୋଚନା ହେଉଛି । ଏତେ ଭଲ ସ୍ଥାନକୁ ଦୂଷିତ କରୁଥିବା ଲୋକଙ୍କ ବିରୁଦ୍ଧରେ ପ୍ରସାସନ ପକ୍ଷରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି । କଥାରେ ଅଛି ଯିଏ ନିଜ ଘର ସଫା ରଖିଥିବ ସିଏ ବାହାରେ କେବେ ଅଳିଆ ଆବର୍ଜ୍ଜନା ଫିଙ୍ଗିବ ନାହିଁ କି ପରିବେଶ ଦୂଷିତ କରିବ ନାହିଁ, ଏହା ହେଉଛି ନିମ୍ନ ସ୍ତରର ମାନସିକତା । କଥା ଆମର ବିଚାର ଆପଣଙ୍କର । ବାହାରୁ ଆସୁଥିବା ଲୋକ ଯଦି ଏସବୁ ଅବ୍ୟବସ୍ଥା ଦେଖିବେ ଆମ ସହର ପ୍ରତି କଣ ଭାବନା ସୃଷ୍ଟି ହେବ ଥରେ ବିଚାର କରନ୍ତୁ ।

Leave A Reply

Your email address will not be published.