୩୩ କେଭି ଲାଇନ ତାରରେ ଲାଗି ଦୁଇ ଶ୍ରମିକ ଗୁରୁତର

କାମାକ୍ଷାନଗର : ଘର କାମ କରୁଥିବା ବେଳେ ଅଘଟଣ । ଲୁହା ଛଡ଼ ଭିଡୁଥିବା ସମୟରେ ୩୩ କେଭି ଲାଇନ ତାରରେ ଲାଗି ଦୁଇ ଶ୍ରମିକ ଗୁରୁତର ହୋଇଛନ୍ତି । ଗୁରୁତର ଶ୍ରମିକ ହେଲେ ଜଗା ମଲ୍ଲିକ (୩୭) ଓ ବାବୁଲି ମଲ୍ଲିକ (୩୦) । ଏଭଳି ଏକ ଅଘଟଣ ଦେଖିବାକୁ ମିଳିଛି କାମାକ୍ଷାନଗର ଥାନା ଆଲୁଅଝରଣ ଠାରେ । ସକାଳ ୭ଟାରେ ୮ରୁ ୧୦ ଜଣ ଶ୍ରମିକ ଘର କାମ କରିବା ପାଇଁ ଛଡ଼ ଭିଡୁଥିବା ବେଳେ ଘର ଆଗ ଦେଇ ଯାଇଥିବା ୩୩ କେଭି ତାରରେ ଅସାବଧାନତା ବଶତଃ ଛଡ଼ରେ ଲାଗିଯାଇଥିଲା । ଏହାର ସଂସ୍ପର୍ଶରେ ଆସି ଦୁଇ ଶ୍ରମିକ ଗୁରୁତର ହୋଇଥିଲେ । ଅନ୍ୟ ଶ୍ରମିକମାନେ ଉଭୟଙ୍କୁ ଉଦ୍ଧାର କରି କାମାକ୍ଷାନଗର ମେଡିକାଲ୍‌ରେ ଭର୍ତ୍ତି କରିଛନ୍ତି । ପ୍ରାଥମିକ ଚିକିତ୍ସା ପରେ ଉଭୟଙ୍କୁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି ।

Leave A Reply

Your email address will not be published.