କପ୍ତିପଦାରେ କାଳବୈଶାଖୀର ତାଣ୍ଡବ

ମୟୂରଭଞ୍ଜ : ରାତିର କାଳବୈଶାଖୀ ସବୁ ଉଜାଡ଼ି ଦେଇଛି। ଖଣ୍ଡ ଖଣ୍ଡ ହୋଇ ପଡ଼ିଛି ଘରର ଆଜବେଷ୍ଟସ୍। ଘର ଉପରେ ଭାଙ୍ଗି ପଡ଼ିଛି ଗଛ। ମୟୂରଭଞ୍ଜ କପ୍ତିପଦା ବ୍ଲକ ସୁଡସୁଡିଆ ଗାଁରେ ତାଣ୍ଡବ ରଚିଛି କାଳବୈଶାଖୀ । ବର୍ଷା-ପବନ ଯୋଗୁଁ ବିଦ୍ୟାଳୟ ଘର ଉପରେ ବଡ଼ବଡ଼ ଗଛ ଉପୁଡ଼ି ପଡ଼ିଛି । ଗଛ ପଡ଼ିଲୋକଙ୍କ ଘର ଉପରେ ପଡିବାରୁ ଘର ଭାଙ୍ଗି ଯାଇଥିବା ଜଣାପଡ଼ିଛି । କାଳବୈଶାଖୀ ପ୍ରଭାବରେ ବ୍ୟାପକ କ୍ଷତିଗ୍ରସ୍ତ ହୋଇଛନ୍ତି ଗ୍ରାମବାସୀ । ଆଜି ସକାଳୁ ଖବର ପାଇ ଅଗ୍ନିଶମ କର୍ମଚାରୀ ଗାଁରେ ଗଛ କଟାକଟି କରୁଥିବା ସୂଚନା ମିଳିଛି । ।

Leave A Reply

Your email address will not be published.