ନଡ଼ିଆ ଗଛ ପଡ଼ି ୨ ମୃତ, ୧ ଗୁରୁତର

ନିମାପଡ଼ା : ବନ୍ଧୁ ଘରକୁ ଯାଇ ଖୁସିରେ ଫେରୁଥିବେ ବେଳେ ବାଟରେ ଜଗିଥିଲା ଯମ । ସ୍କୁଟିରେ ଆସୁଥିବାବେଳେ ଉପରେ ପଡ଼ିଗଲା ନଡ଼ିଆ ଗଛ । ଘଟଣାସ୍ଥଳରେ ଚାଲିଗଲା ୨ ଯୁବକଙ୍କ ଜୀବନ । ଆଉଜଣେ ଗୁରୁତର । ଦୁଇ ମୃତକ ନିମାପଡ଼ା ବ୍ଲକ୍ ଅନ୍ତର୍ଗତ ରଟିଲୋ ଗାଁର ବୋଲି ଜଣାପଡ଼ିଛି । ଦୁଇ ମୃତକ ହେଲେ ମିଥୁନ ପ୍ରଧାନ(୨୫) ଓ ତୁଷାରରଞ୍ଜନ ବିଶ୍ୱାଳ(୨୫) । ବିଶ୍ୱରଞ୍ଜନ ଆଚାର୍ଯ୍ୟଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି ।

Leave A Reply

Your email address will not be published.