ବାହାନଗାରେ ବିଜେପି ପାଇଁ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ପ୍ରଚାର

ସୋର : ବାହାନଗାରେ ବିଜେପି ପାଇଁ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ପ୍ରଚାର । ବାଲେଶ୍ୱର ଜିଲ୍ଲା ସୋର ନିର୍ବାଚନ ମଣ୍ଡଳୀ ବାହାନଗାରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ବିଜେପି ପାଇଁ ପ୍ରଚାର କରିଛନ୍ତି । ରୋଡ୍ ସୋ’ରେ ଭଦ୍ରକ ସାଂସଦ ପ୍ରାର୍ଥୀ ଅଭିମନ୍ୟୁ ସେଠୀ ଓ ସୋର ବିଧାୟକ ପ୍ରାର୍ଥୀ ପର୍ଶୁରାମ ଧଡ଼ାଙ୍କ ପାଇଁ ଭୋଟ୍ ମାଗିଛନ୍ତି ଶ୍ରୀ ବୈଷ୍ଣବ । ବାହାନଗା, ଗୋପାଳପୁର, ଅଞ୍ଜି, ଅନନ୍ତପୁରରେ ରୋଡ୍ ସୋ’ କରି ଅଶ୍ୱିନୀ ବୈଷ୍ଣବ ଭୋଟ୍ ଭିକ୍ଷା କରିଥିଲେ । ଏଥର ଓଡ଼ିଶାରେ ବିଜେପି ସରକାର କରିବ ବୋଲି ଦମ୍ଭୋକ୍ତି ପ୍ରକାଶ କରିଥିଲେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ।

Leave A Reply

Your email address will not be published.