ଭୋଟ ବର୍ଜନ କଲେ ଦାବଯୁରୀ, ଭଣ୍ତାରବାଞ୍ଜି ଓ ଭିର୍କାପଡ଼ା ଗ୍ରାମବାସୀ

ସଇଁତଲା : ମୌଳିକ ସମସ୍ୟାର ସମାଧାନ ନହେବାରୁ ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ନିର୍ବାଚନ ମଣ୍ତଳୀ ଅନ୍ତର୍ଗତ ସଇଁତଲା ବ୍ଲକ୍‌ କରମତଲା ପଞ୍ଚାୟତର ଦାବଯୁରୀ, ଭଣ୍ତାରବାଞ୍ଜି ଓ ଭିର୍କାପଡ଼ା ଗ୍ରାମବାସୀ ଭୋଟ୍‌ ବର୍ଜନ କରିଛନ୍ତି ଏବଂ ଗୋଟିଏ ବି ଭୋଟ୍‌ ପଡ଼ିନଥିବା ଜଣାପଡ଼ିଛି । ଖବର ଅନୁଯାୟୀରେ, ଦାବଯୁରୀ, ଭଣ୍ତାରବାଞ୍ଜି ଓ ଭିର୍କାପଡ଼ା ଗ୍ରାମର ମୋଟ ଭୋଟର ସଂଖ୍ୟା ହେଉଛି ୧୦୭୧ । କରମତଲା ଗ୍ରାମ ପଞ୍ଚାୟତଠାରୁ ୧୫ କିମି ଦୂର ବଣ ଜଙ୍ଗଲ ଘେରା ମଧ୍ୟରେ ଏହି ତିନି ଗାଁ ଅବସ୍ଥିତ । ଗ୍ରାମକୁ ପକ୍କା ରାସ୍ତା ନଥିବାରୁ ବର୍ଷାଦିନରେ ନାହିଁ ନଥିବା ଅସୁବିଧା ଭୋଗ କରିଥା’ନ୍ତି । ଗ୍ରାମକୁ ଆମ୍ବୁଲାନ୍ସ ମଧ୍ୟ ଯାଇପାରିନଥାଏ । ରାସ୍ତା ସମସ୍ୟା ଭଳି ଆହୁରି ଅନେକ ସମସ୍ୟା ରହିଛି । ଗତ ସେପ୍ଟେମ୍ବର ମାସରେ ଗ୍ରାମବାସୀ ଏ ସମ୍ପର୍କରେ ଦୃଷ୍ଟିଆକର୍ଷଣ କରିବା ପ‌ରେ ଏଦିଗରେ ପଦକ୍ଷେପ ନିଆଯିବ ବୋଲି ଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଥିଲେ । ମାତ୍ର, ଭୋଟ୍‌ ଗ୍ରହଣର ପୂର୍ବଦିନ ପର୍ଯ୍ୟନ୍ତ କୌଣସି ଅଧିକାରୀ ଗ୍ରାମକୁ ଆସିନଥିଲେ । ଏହାର ପ୍ରତିବାଦରେ ଗ୍ରାମବାସୀ ଭୋଟ୍‌ ବର୍ଜନ କରିଥିବା ଜଣାପଡ଼ିଛି ।

Leave A Reply

Your email address will not be published.