oom

ଆଦର୍ଶ ପାଠାଗାରର ମାସିକ ସାହିତ୍ୟ ଆସର

jsmm
  • ଭୀମଭୋଇ ଥିଲେ ନବ ଧର୍ମର ପ୍ରଚାରକ ଓ ସ୍ୱଭାବ ସିଦ୍ଧକବି

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଅଗ୍ରଣୀ ସାହିତ୍ୟାନୁଷ୍ଠାନ ଆଦର୍ଶ ପାଠାଗାରର ମାସିକ ସାହିତ୍ୟ ଆସର ଆଦର୍ଶ ସାହିତ୍ୟ ଘର ଠାରେ ଅନୁଷ୍ଠିତ ହୋଇଯାଇଛି । ପାଠାଗାରର ସଭାପତି ଚନ୍ଦ୍ରଶେଖର ଶତପଥୀଙ୍କ ସଭାପତିତ୍ୱ ଓ ସମ୍ପାଦକ ଅଶୋକ କୁମାର ବଳଙ୍କ ସଂଯୋଜନାରେ ଆୟୋଜିତ ଏହି ଆସରରେ ଆଲୋଚ୍ୟ ବିଷୟ ଭୀମଭୋଇଙ୍କ କୃତିରେ ଜୀବନ ଦର୍ଶନ ସମ୍ପର୍କରେ ଆଲୋଚନା କରାଯାଇଥିଲା । ମୁଖ୍ୟ ଆଲୋଚକ ଭାବେ କବି ରାଜୀବ ପାଣି ଯୋଗଦେଇ କହିଲେ ଯେ, ଭୀମଭୋଇ ନବ ଧର୍ମର ପ୍ରଚାରକ ଓ ସ୍ୱଭାବ ସିଦ୍ଧକବି ଥିଲେ । ତତ୍କାଳୀନ ସମୟରେ ସାଂସ୍କୃତିକ ଅଭାବକୁ ସେ ପୂରଣ କରିଥିଲେ । ଭାରତୀୟ ଦର୍ଶନକୁ ସାମାଜିକ, ରାଜନୈତିକ ସହ ମିଳନ କରି ଏକ ନୂତନ ପରମ୍ପରା ସୃଷ୍ଟି କରିଥିଲେ । ସେ ଥିଲେ ଲୋକଧର୍ମୀ, ତତ୍ୱଦର୍ଶୀ ଓ ମାନବତା ବାଦର ପ୍ରତୀକ । ଅନୁଷ୍ଠାନର ଉପସଭାପତି ଡ. ସନାତନ ପ୍ରଧାନ ବିଷୟ ଉପସ୍ଥାପନା କରି କହିଲେ ଯେ, ଭୀମଭୋଇ ଜୀବନର ଦୁଃଖକୁ ପାଶୋରି ଦେଇ ଜଗତର ମଙ୍ଗଳ କାମନା କରିଛନ୍ତି । ସେଥିପାଇଁ କବି ମହାନ୍ ହୋଇଛନ୍ତି ଏ ଉଦାର ଭାବଧାରା ପାଇଁ । ରୀତି ଯୁଗର କ୍ଲିଷ୍ଟତା, ଆଳଙ୍କାରିକତାଙ୍କୁ ସେ ପରିହାର କରି ଅନେକ ରଚନାବଳୀ ସୃଷ୍ଟି କରିଛନ୍ତି । ଦ୍ଵିତୀୟ ପର୍ଯ୍ୟାୟରେ ଚିତ୍ତରଞ୍ଜନ ବ୍ରହ୍ମା ପରିବର୍ତ୍ତନ ଶୀର୍ଷକ ଗଳ୍ପ ପାଠ କରିଥିଲେ । ସେହିପରି କବିତା ପାଠୋତ୍ସବ କାର୍ଯ୍ୟକ୍ରମରେ କବି କୁଞ୍ଜବିହାରୀ ରାଉତ ଓ ଅର୍ଚ୍ଚନା ମହାନ୍ତିଙ୍କ ସଂଯୋଜନାରେ ହରପ୍ରିୟା ସାମଲ, ସବିତା ବସ୍ତିଆ, ରଶ୍ମି ସାହୁ, ଉପେନ୍ଦ୍ର ବସ୍ତିଆ, ଆଶୁତୋଷ ଜ୍ୟୋତିଷୀ, ନିରୁପମା ପତି, ଅଭିରାମ ପ୍ରଧାନ, ସୁଶାନ୍ତ ନାୟକ, ଅଜୟ ମହାନ୍ତି, ରାଜକୁମାର ମହାନ୍ତି, ଅର୍ଚ୍ଚନା ପାତ୍ର, ଅଶୋକ ପଟ୍ଟନାୟକ, ବିନତା ମହନ୍ତ, ଡ. ଜୟନ୍ତୀ ପାଢ଼ୀ, ଗୀତା ରାଣୀ ବେହେରା, ସସ୍ମିତା ପ୍ରଧାନ, କୁଞ୍ଜବିହାରୀ ରାଉତ ପ୍ରମୁଖ ସ୍ୱରଚିତ କବିତା ପାଠ କରିଥିଲେ । ପ୍ରାରମ୍ଭରେ ଦିଲ୍ଲିପ ପତି, ଯୋଗେଶ୍ୱର ପାତ୍ର, ଶାକମ୍ବରୀ ପାତ୍ର ସ୍ୱାଗତ ସଂଗୀତ ପରିବେଷଣ କରିଥିଲେ । ଶେଷରେ ଅନ୍ୟତମ ସମ୍ପାଦକ ବିଜୟ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ସାଧାରଣ ସମ୍ପାଦକ ସୁକାନ୍ତ ଚନ୍ଦ୍ର ଖୁଣ୍ଟିଆ, ଡା. ବସନ୍ତ ଦାସ, ଗୋପିନାଥ ପଟ୍ଟନାୟକ, ରାଧାକାନ୍ତ ମିଶ୍ର, ମନୋଜ କୁମାର ପଣ୍ଡା, ଜ୍ୟୋତିପ୍ରକାଶ ମହାପାତ୍ର, ଅଟମ ରଥ, ବାଉରୀବନ୍ଧୁ ସାହୁ, ଡ. ଶକ୍ତିପ୍ରସାଦ ସାମନ୍ତରାୟ, ଡ. ସୁମନ ଦତ୍ତ, ରସିଦା ଖାତୁନ, ଫରିଦା ବେଗମ, କିଶୋରୀ ମୋହନ କର, ଡ. ମୁନିନ୍ଦ୍ର ମହାଳିକ, କରୁଣାକର ପାଟ୍ଟଶାଣୀ, ପ୍ରଦୀପ ପଟ୍ଟନାୟକ, ବୀଣାପାଣି ରଥ, ମୀନକେତନ ପଶାୟତ, ନୃସିଂହ ବିଶ୍ୱାଳ, ଅନିଲ ଦାସଙ୍କ ସମେତ ଶତାଧିକ ସାହିତ୍ୟିକ କବି ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.