oom

ଟିଟିଲାଗଡ ମାତୃ ଓ ଶିଶୁ ହସ୍ପିଟାଲ୍‌ରେ ଆନ୍ତର୍ଜାତୀୟ ନର୍ସ ଦିବସ ପାଳିତ

jsmm

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ରୋଗୀଙ୍କୁ ଚିକିତ୍ସା ପ୍ରଦାନ କରିବାରେ ଡ଼ାକ୍ତରଙ୍କ ଭୂମିକା ଯେତିକି ଗୁରୁତ୍ୱପୂର୍ଣ୍ଣ ରହିଥାଏ, ସେହି ଚିକିତ୍ସା ପ୍ରଦାନ କରିବା ବେଳେ ନର୍ସ ମାନଙ୍କ ସେବା ମଧ୍ୟ ଏକ ବ୍ରହ୍ମାସ୍ତ୍ର ଭଳିଆ ରୋଗୀଙ୍କୁ କାମ କରିଥାଏ । ଡାକ୍ତର ଔଷଧ ଲେଖି ରୋଗୀଙ୍କୁ ସୁସ୍ଥ କରିବା ପାଇଁ ଚେଷ୍ଟା କଲା ବେଳେ ନର୍ସମାନେ ରୋଗୀଙ୍କ ସେବା ଯତ୍ନ ତଥା ଉତ୍ତମ ବ୍ୟବହାର ଦ୍ୱାରା ରୋଗୀ ଅତିଶୀଘ୍ର ଆରୋଗ୍ୟ ଲାଭ କରିପାରିଥାନ୍ତି । ମେ ମାସ ୧୨ ତାରିଖକୁ ସେବା ପ୍ରଦାନ ଜରିଆରେ ନିଜର ଦାୟିତ୍ଵ ନିର୍ବାହ କରି ବିଶ୍ଵରେ ନାଁ କରିଥିବା ଫ୍ଲୋରେନ୍ସ ନାଇଟେଙ୍ଗଲଙ୍କ ସ୍ମୃତି ଭାବେ ଆନ୍ତର୍ଜାତୀୟ ନର୍ସ ଦିବସ ରୂପେ ଚାରିଆଡ଼େ ପାଳନ କରାଯାଇଥାଏ । ଏହି ଅବସରରେ ଟିଟିଲାଗଡ ମାତୃ ଓ ଶିଶୁ ହସ୍ପିଟାଲ୍‌ର କାର୍ଯ୍ୟରତ ନର୍ସମାନେ ଏହି ଦିବସକୁ ପାଳନ କରିଥିଲେ । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର ବିଜୁ ଅଗ୍ରୱାଲ, ସମ୍ମାନିତ ଅତିଥି ଭାବେ ମହିଳା ଓ ପ୍ରସୂତି ରୋଗ ବିଶେଷଜ୍ଞ ଡାକ୍ତର ବଳରାମ ସାହୁ, ନିସ୍ତେଜକ ତଥା ମେଡ଼ିସିନ୍‌ ବିଶେଷଜ୍ଞ ଡାକ୍ତର ଓମ୍‌କାର ହୋତା, ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର ଗୋପବନ୍ଧୁ ସାହୁ ଯୋଗ ଦେଇଥିବା ବେଳେ ଅତିଥି ଭାବେ ଡାକ୍ତର ଅଳକା ନନ୍ଦ ରଥ, ଡାକ୍ତର ୟୋଗମୟୀଙ୍କୁ ନିମନ୍ତ୍ରଣ କରାଯାଇଥିଲା । ପ୍ରଥମେ ନର୍ସ ବାସନ୍ତି ଦେଇ ଅତିଥିଙ୍କୁ ସ୍ୱାଗତ କରିବା ପରେ ସ୍ୱର୍ଗତ ଫ୍ଲୋରେନ୍ସଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରି କେଣ୍ଡେଲ ଜାଳି ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା । ତାପରେ ଉପସ୍ଥିତ ଅତିଥିମାନେ ନର୍ସମାନଙ୍କ ଭୂମିକା ବିଷୟରେ କହିବା ସହ ରୋଗୀଙ୍କୁ ଠିକ କରିବାରେ ତାଙ୍କର ଅବଦାନ ରହିଛି, ରୋଗୀ ସେବା କ୍ଷେତ୍ରରେ ନିଷ୍ଠାପର ଭାବେ ଉଦ୍ୟମ କରି ରୋଗୀଙ୍କୁ ସେବା ପ୍ରଦାନ କରନ୍ତୁ ବୋଲି କହିଥିଲେ । ଏହି ଅବସରରେ ଡାକ୍ତର ବଳରାମ ସାହୁ ଉପସ୍ଥିତ ସମସ୍ତ ନର୍ସଙ୍କୁ ଗିଫ୍ଟ ଦେଇ ସମ୍ମାନିତ କରିଥିଲେ । ଶେଷରେ ନର୍ସ ଇନ୍‌ଚାର୍ଜ ଅନିତା ଟେଟେ ସମସ୍ତଙ୍କୁ ଧନ୍ୟବାଦ୍‌ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.