lika

ମେ ଦିବସରେ ଓଡ଼ିଶା ମେଡିକାଲ୍‌ କର୍ମଚାରୀ ସଂଘ ତରଫରୁ ରକ୍ତଦାନ ଶିବିର : ୭୧ ୟୁନିଟ୍‌ ରକ୍ତ ସଂଗ୍ରହ

gbag

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ଚଳିତ ଗ୍ରୀଷ୍ମ ଋତୁରେ ରକ୍ତଭଣ୍ଡାରରେ ରକ୍ତର ଘୋର ଅଭାବ ରହିଥିବା ବେଳେ ଅନ୍ତର୍ଜାତୀୟ ଶ୍ରମିକ ଦିବସ ଅବସରରେ ଓଡିଶା ମେଡିକାଲ୍‌ ଆଉଟ୍‌ସୋର୍ସିଙ୍ଗ କର୍ମଚାରୀ ସଙ୍ଘ, ଏମ୍‌କେସିଜି ବ୍ରହ୍ମପୁର ଶାଖା ଓ ବ୍ରହ୍ମପୁର ରକ୍ତଭଣ୍ଡାର ପକ୍ଷରୁ ୭୧ ୟୁନିଟ୍‌ ରକ୍ତ ସଂଗୃହିତ ହୋଇଛି । ମେଡିକାଲ ସୁପରିଟେଣ୍ଡେଣ୍ଟ ଡ଼. ସୁଚିତ୍ରା ଦାସଙ୍କ ଦ୍ୱାରା ଉଦ୍‌ଘାଟିତ ଏହି ଶିବିରରେ ଡିନ୍‌, ପ୍ରିନ୍ସପାଲ ସନ୍ତୋଷ ମିଶ୍ର, ରେଜିଷ୍ଟ୍ରର ସଂଗ୍ରାମ ପଣ୍ଡା, ଟୁଲୁ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ । ବିଭିନ୍ନ ବିଭାଗର ଡାକ୍ତର, ବିଭିନ୍ନ କର୍ମଚାରୀ, ଆଉଟ୍‌ସୋରର୍ସିଙ୍ଗ ଆଟେଣ୍ଡାଣ୍ଟ ଓ ଅନେକ ଉତ୍ସାହି ଯୁବକ, ଯୁବତୀମାନେ ଆଗ୍ରହ ସହକାରେ ରକ୍ତଦାନ କରିଥିଲେ । ଏଥି ସହିତ ଉକ୍ତ କାର୍ଯ୍ୟକ୍ରମରେ ସଂଘର ସଭାପତି ସି. ଏଚ୍‌ ସୁନୀଲ ପାତ୍ର, ସମ୍ପାଦକ ଏନ୍‌. ନିରଞ୍ଜନ ଦାସ, ଅଜିତସ୍ୱାମୀ ପାତ୍ର, ଚିତ୍ତରଞ୍ଜନ ସାହୁ, ଶଙ୍କର ସାହୁ, ରିଙ୍କୁ ପାତ୍ର, ଉପସଭାପତି ପି. ରମେଶ ରାଓ, ଶଶାଙ୍କ ପଣ୍ଡା, ସନାତନ ନାୟକ, ରାଜେନ୍ଦ୍ର ରଥ, ଚନ୍ଦ୍ର ପାତ୍ର, ଆନନ୍ଦ ମିଶ୍ର, ବିଷ୍ଣୁ କୁମାର, ରାଧିକା ବିଷୋୟୀ, ନନ୍ଦିନୀ ସାମନ୍ତରାୟ, ସୁଜିତ ପାତ୍ର, ସମାଜସେବୀ ପ୍ରଫୁଲ ମହାରଣା, ପ୍ରଶାନ୍ତ ମହାରଣା, ସ୍ୱର୍ଣ୍ଣଲତା ସାହୁ, ଶ୍ରୀନିବାସ ପାତ୍ର, ଶ୍ରୀକାନ୍ତ ସେଠି, ସମୀର ବ୍ରହ୍ମା, କାହ୍ନୁ ନାୟକ, କେଦାର ନାୟକ, ସୁଦାମ ପାଢ଼ୀ, ବି. ଲଳିତ କୁମାର, ମାନସ ଦାସ, ରାଜଲକ୍ଷ୍ମୀ ସାହୁ, ଜୟରାମ ରାଓ, ତ୍ରିପତି ଡାକୁଆ ପ୍ରମୁଖ ନେତୃତ୍ୱ ନେଇଥିଲେ । ଶ୍ରମିକ ଦିବସ ଅବସରରେ ମେଡିକାଲ୍‌ କର୍ମଚାରୀମାନଙ୍କ ପକ୍ଷରୁ ଏଭଳି ମହତ୍ୱ ? ଉଦ୍ୟମ କରିଥିବାରୁ ମେଡିକାଲ୍‌ କର୍ମଚାରୀ ସଂଘର ଉପଦେଷ୍ଟା ତଥା ଏଚ୍‌ଏମ୍‌ଏସ୍‌ର ରାଜ୍ୟ ଉପସଭାପତି ରବି ରଥ କର୍ମଚାରୀମାନଙ୍କୁ ସାଧୁବାଦ୍‌ ଜଣାଇଛନ୍ତି ।

babaa
Leave A Reply

Your email address will not be published.