oom

କଣ୍ଟାବାଞ୍ଜି ଅତିରିକ୍ତ ଜିଲ୍ଲା ଦୌରାଜଜ୍‌ଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ

jsmm
  • ଯୌତୁକ ଜନିତ ହତ୍ୟାକାଣ୍ଡରେ ବାପପୁଅ ଦୁଇ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ ଏବଂ ଯୋରିମାନା
  • ଯୋରିମାନା ଅନାଦେୟ ହେଲେ ଅଧିକ ୯ ମାସ ଜେଲ୍‌ ଦଣ୍ଡରେ ଦଣ୍ଡିତ କଲେ

କଣ୍ଟାବାଞ୍ଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ଅତିରିକ୍ତ ଜିଲ୍ଲା ଦୌରାଜଜ୍‌ ମଙ୍ଗଲବାର ଦିନ ଏକ ଯୌତୁକ ଜନିତ ହତ୍ୟାକାଣ୍ଡର ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଣି କରିଥିବା ଜଣାପଡିଛି । ଅତିରିକ୍ତ ଜିଲ୍ଲା ଦୌରାଜଜ୍‌ ଶ୍ରୀ ହିମାଂଶୁ ଶେଖର ମଲ୍ଲିକ ଏହି ରାୟରେ ଅଭିଯୁକ୍ତ ପ୍ରମୋଦ କୁମାର ମାଝି(୩୦) ଓ ପଦମନ ମାଝି(୬୦) ନିବାସୀ- କୁଶପାଲି ଥାନା- ତୁରେକେଲାଙ୍କୁ ଆଜିବନ କାରାଦଣ୍ଡ ସହ ଯୋରିମାନା ଶୁଣାଇଛନ୍ତି । ମିଳିଥିବା ସୂଚନା ଅନୁସାରେ ତୁରେକେଲା ଥାନା କୁଶପାଲି ଗ୍ରାମରେ ଗତ ୧୪.୨.୨୦୨୧ରେ ପ୍ରମୋଦ ମାଝିଙ୍କୁ ନିଳେ ମାଝି ସାମାଜିକ ରୀତି ନୀତି ଅନୁସାରେ ବିବାହ କରିଥିଲେ । ବିବାହର ୧୫ଦିନ ପରେ ପ୍ରମୋଦ ଏବଂ ପିତା ପଦମନ ମାଝି, ଶାଶୁ ଧନମତି ମାଝି, ଦିଅର ହେମନ୍ତ ମାଝି ୨ଭରି ସୁନା, ଗୋଟିଏ ମୋଟର ସାଇକଲ ଏବଂ ନଗଦ ୨୦ ହଜାର ଟଙ୍କା ଦାବୀ କରି ଯୌତୁକ ଜନିତ ନିର୍ଯ୍ୟାତନା ଦେଇଥିଲେ । ଏପରି ନିର୍ଯ୍ୟାତନା ଦୁଇ ମାସ ଧରି ଦେବା ମଧ୍ୟରେ ଗତ ୯.୪.୨୦୨୧ତାରିଖ ଦିନ ନିଲେ ମାଝି ତାର ବାପ ଘରକୁ ଫୋନ୍‌ ଯୋଗେ କୁଶପାଲିକୁ ଆସିବାକୁ କହିଥିଲା । ଯାହା ନିଳେ ମାଝିର ଭାଇ ସଜମନ ମାଝି ତା.୧୦.୪.୨୦୨୧ ଦିନ କୁଶପାଲିକୁ ଆସିବା ମଧ୍ୟରେ ନିଳେ ମାଝିର ମୃତ୍ୟୁ ଦେହ ବିଛଣାରେ ପଡିଥିବା ଦେଖିବାକୁ ପାଇଥିଲେ । ଏହା ପରେ ଗତ ୧୨.୪.୨୦୨୧ ଦିନ ନିଳେ ମାଝିର ଭାଇ ସଜମନ ମାଝି ତୁରେକେଲା ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । ତତ୍‌କାଳୀନ ଥାନା ଅଧିକାରୀ ଏକ ୟୁ. ଡି. କେଶ ନଂ.୨/୧୪.୦୪.୨୦୨୧ରେ ଏକ ମାମଲା ରୁଜୁ କରି ଅଧିକ ଛାନବିନ ପରେ ଘଟଣାଟି ପରବର୍ତି ସମୟରେ ତୁରେକେଲା ଥାନା କେସ୍‌ ନଂ.୬୨/୨୦୨୧ ଦଫା ୪୯୮(ଏ)/୩୦୬/୩୦୪(ବି)/୩୪ ଆଇ. ପି. ସି. ଆର. ଡବ୍ଲୁ. ସେକ୍ସନ ୪ ଡି. ପି. ଏକ୍ଟକୁ ଦର୍ଜ ହୋଇଥିଲା । ଏହି କେସ୍‌ର ୨୭ ଜଣ ସାକ୍ଷ୍ୟଙ୍କ ପ୍ରମାଣ ପରେ ଆଜି ୩୦.୪.୨୦୨୪ ତାରିଖ ଦିନ ଅଦାଲତ ପ୍ରମୋଦ ମାଝି ଏବଂ ପିତା ପଦମନ ମାଝିକୁ ଦୋଷୀ ସାବ୍ୟସ୍ତ କରି ୩୦୪(ବି) ଦଫାର ୧୦ ବର୍ଷ ଏବଂ ୪୯୮(ଏ) ୧୦ ହଜାର ଟଙ୍କା ଯୋରିମାନା କରିଥିବା ବେଳେ ଅନାଦେୟ ହେଲେ ୬ ମାସ ଓ ଦଫା ୪ ଡି. ପି. ଏକ୍ଟ ପାଇଁ ୫ ହଜାର ଟଙ୍କା ଅନାଦେୟ ହେଲେ ଅଧିକ ୩ ମାସ ଏପରି ଦଣ୍ଡ ଶୁଣାଇଥିବା ବେଳେ ପିତା ପଦମନ ମାଝିଙ୍କୁ ମଧ୍ୟ ଅନୁରୂପ ଦଣ୍ଡାଦେଶ ଦିଆଯାଇଥିବା ଜଣାପଡିଛି ।

jittmm
Leave A Reply

Your email address will not be published.