ଘାଟିରେ ଟ୍ରକ୍‌ ବ୍ରେକ୍ ଫେଲ୍‌ : ଡ୍ରାଇଭର ମୃତ, ହେଲ୍‌ପର୍‌ ଗୁରୁତର

ସୁନ୍ଦରଗଡ : କେ. ବଲାଙ୍ଗ ଥାନା ଚୁନାଘାଟିରେ ଭୟାନକ ଦୁର୍ଘଟଣା । ଘାଟିରେ ବ୍ରେକ୍ ଫେଲ୍‌ ହେଲା ଲୌହ ପଥର ବୋଝେଇ ଟ୍ରକ୍‌ । ଫଳରେ ସମ୍ନାରେ ଥିବା ଅନ୍ୟ ଏକ ଲୌହ ପଥର ବୋଝେଇ ଟ୍ରକକୁ ଧକ୍କା ଦେଇ ଖଣ୍ଡ ବିଖଣ୍ଡିତ ହୋଇଗଲା ଟ୍ରକ୍‌ । ଘଟଣାସ୍ଥଳରେ ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି। । ସୂଚନା ଅନୁସାରେ ଗତକାଲି ରାତିରେ ଚୁନାଘାଟିରେ ଏକ ଲୁହା ପଥର ବୋଝେଇ ଟ୍ରକ୍‌ ଯାଉଥିବା ବେଳେ ତାହା ହଠାତ୍‌ ବ୍ରେକ୍‌ ଫେଲ୍‌ ହୋଇଥିଲା । ଫଳରେ ଟ୍ରକ୍‌ଟି ଆଗରେ ଯାଉଥିବା ଟ୍ରକ୍‌କୁ ପିଟିଥିଲା । ଏହି ଦୁର୍ଘଟଣାରେ ଧକ୍କା ଦେଇଥିବା ଟ୍ରକ୍‌ଟି ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଥିବା ବେଳେ ତା’ ଭିତରେ ଡ୍ରାଇଭର ଓ ହେଲ୍‌ପର୍‌ ଚାପି ହୋଇ ରହି ଯାଇଥିଲେ । ଘଟଣା ସମ୍ପର୍କରେ ପୋଲିସ ଓ ଅଗ୍ନିଶମ କର୍ମଚାରୀ ଖବର ପାଇ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ । ଟ୍ରକ୍‌କୁ କାଟି ଉଭୟ ଡ୍ରାଇଭର୍‌ ଓ ହେଲ୍‌ପର୍‌ଙ୍କୁ ବାହାର କରାଯାଇଥିଲା । ମାତ୍ର ଘଟଣାସ୍ଥଳରେ ଡ୍ରାଇଭର୍‌ଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ହେଲ୍‌ପର୍‌ଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି । ଉଭୟ ଡ୍ରାଇଭର୍‌ ଓ ହେଲ୍‌ପର୍‌ଙ୍କ ପରିଚୟ ଅସ୍ପଷ୍ଟ ରହିଛି ।

Leave A Reply

Your email address will not be published.

fifteen − 1 =