ବଲାଙ୍ଗିର ଗାୟତ୍ରୀ ପରିବାରର ଜଳଛତ୍ର ଅଭିଯାନ ଗୋପାଳଜୀ ମନ୍ଦିର ଆଗରେ ଦହିପାଣି ବଣ୍ଟନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ବର୍ତ୍ତମାନ ଗ୍ରୀଷ୍ମତାପ ବୃଦ୍ଧି ପାଇଁ ଏଠାରେ ୪୦ ଡିଗ୍ରୀ ଉପରେ ଉତ୍ତାପ ରହୁଥିବା ଯୋଗୁଁ ଜନଜୀବନ କଷ୍ଟକର ହୋଇପଡିଛି । ଆଜି ରବିବାର ବଜାର ଦିନ ହୋଇଥିବାରୁ ଲୋକେ ସାପ୍ତାହିକ ବଜାର କରିଥାନ୍ତି । ସାଧାରଣ ପଥଚାରୀମାନଙ୍କ ତୃଷା ନିବାରଣ ପାଇଁ ଆଜି ସ୍ଥାନୀୟ ଗୋପାଳଜୀଉ ମନ୍ଦିର ଗାୟତ୍ରୀ ଶକ୍ତି ପୀଠ ଆଗରେ ବଲାଙ୍ଗିର ଅଖିଳ ଭାରତୀୟ ଗାୟତ୍ରୀ ପରିବାର ଶାଖା ତରଫରୁ ସର୍ବସାଧାରଣଙ୍କ ପାଇଁ ଦହିପାଣି ବଣ୍ଟନ କରାଯାଇଥିଲା ଦିନ ୧୧ ଟାରୁ ଗୋଟିଏ ପର୍ଯ୍ୟନ୍ତ ଗାୟତ୍ରୀ ପରିବାର ପରିଜନ ଓ ଭଉଣୀମାନେ ବଣ୍ଟନ କରିଥିଲେ । ପଥଚାରୀମାନେ ଗରମରେ ରାସ୍ତାରେ ଗଲାବେଳେ ସେହି ସ୍ଥାନରେ ଅଟକି ଦହିପାଣି ପାନ କରି ନିଜର ତୃଷା ନିବାରଣ କରିଥିଲେ ।

jittmm
Leave A Reply

Your email address will not be published.