csstore

କପିଲାଭଟାରେ ଷୋହଳ ପ୍ରହରୀ ନାମଯଜ୍ଞ ପାଇଁ ଶୁଭଖମ୍ବ ସ୍ଥାପନ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ୍‌ କପିଲାଭଟା ଗ୍ରାମର ବରଗଛ ପଡାରେ ଷୋହଳ ପ୍ରହରୀ ନାମଯଜ୍ଞ ପାଇଁ ଶୁଭଖମ୍ବ ସ୍ଥାପନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ କର୍ତା ଭାବେ ରାମଚନ୍ଦ୍ର ହଂସ ଓ ତାଙ୍କ ସହଧର୍ମିଣୀ ନୃପତି ହଂସ ଦାୟିତ୍ୱ ତୁଲାଇଥିବା ବେଳେ ପୂଜକ ଭାବେ ମନୋଜ ମିଶ୍ର ଦାୟିତ୍ଵ ନିର୍ବାହ କରିଥିଲେ । ଏହି କାର୍ଯ୍ୟକ୍ରମ କମିଟିର ସଭାପତି ଭାବେ ଲୋକନାଥ ହଂସ, ସମ୍ପାଦକ ଅଶୋକ କୁମାର ବିଶି, ସହ ସମ୍ପାଦକ ହୁଲେଶ୍ୱର ହଂସ, କୋଷାଧ୍ୟକ୍ଷ ନରଫଳ ହଂସ, ସହ କୋଷାଧ୍ୟକ୍ଷ ପ୍ରଫୁଲ୍ଲ କୁମାର ବିଶି, ସଂଗଠକ ଭାବେ ପ୍ରେମଲାଲ ହଂସ, ସଦସ୍ୟ ଭାବେ କର୍ଣ୍ଣ ହଂସ, ନରେନ୍ଦ୍ର ପୁଞ୍ଜି, ସୁରେଶ ହଂସ ପ୍ରମୁଖ ସଦସ୍ୟ ରହିଛନ୍ତି । ଉପଦେଷ୍ଟା ଭାବେ ପଙ୍କଜ ବିଶି, ନିର୍ଦୟ ବିଶି, ନୀଳମଣି ବିଶି, ଡମ୍ବରୁ ହଂସ ପ୍ରମୁଖଙ୍କ ସହ ଆୟୋଜକ କମିଟିର ସମସ୍ତ ସଦସ୍ୟ ସହ ଗ୍ରାମବାସୀ ସହଯୋଗ କରିଥିଲେ । ଆସନ୍ତା ମଇ ମାସ ୧୨ ତାରିଖ ଅଧିବାସ, ୧୩ ତାରିଖ ନାମ ଆରମ୍ଭ ହୋଇ ୧୫ ତାରିଖ ପୂର୍ଣ୍ଣାହୁତି ହେବ ବୋଲି ଆୟୋଜକ କମିଟି ପକ୍ଷରୁ କୁହାଯାଇଛି ।

jayashree
Leave A Reply

Your email address will not be published.