pakka

ଟ୍ରକକୁ ଧକ୍କା ଦେଲା ଯାତ୍ରୀବାହୀ ବସ୍ : ଚାଳକ ଓ ହେଲ୍‌ପର୍‌ ମୃତ

bbehera

ସୋନପୁର : ଆଜି ଭୋରରେ ସୋନପୁର-ବଲାଙ୍ଗିର ରାସ୍ତା ହର୍‌ଡୋଖୋଲ ନିକଟରେ ଏକ ଯାତ୍ରୀବାହୀ ବସ ଟ୍ରକକୁ ପଛ ପଟରୁ ଧକ୍କା ଦେବାରୁ ବସ୍‌ର ଚାଳକ ଓ ହେଲ୍‌ପର୍‌ଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ମୃତକ ହେଲେ ଡ୍ରାଇଭର ଡ଼ମ୍ବରୁଧର ସ୍ୱାଇଁ ଓ ହେଲ୍‌ପର୍‌ ଶିବ୍ରମ ଗୌଡ଼ । ସୂଚନା ଅନୁଯାୟୀ, ଆଜି ସକାଳେ ଯାତ୍ରୀବାହୀ ବସ୍‌ଟି ଜୟପୁରରୁ କଟକ ଅଭିମୁଖେ ଯାଉଥିଲା । ହର୍‌ଡୋଖୋଲ ନିକଟରେ ବସ୍‌ଟି ଟ୍ରକକୁ ଧକ୍କା ଦେଇଥିଲା । ଯାହାଫଳରେ ଘଟଣାସ୍ଥଳରେ ହିଁ ବସ୍ ଡ୍ରାଇଭର ଓ ହେଲ୍‌ପର୍‌ଙ୍କର ମୃତ୍ୟୁ ଘଟିଥିଲା । ତେବେ ଏହି ଦୁର୍ଘଟଣାରେ ୪୦ଜଣ ଯାତ୍ରୀ ବର୍ତ୍ତି ଯାଇଛନ୍ତି ।

jay balangir
Leave A Reply

Your email address will not be published.

4 × 5 =