oom

ଆଇନ ମହାବିଦ୍ୟାଳୟରେ ବୌଦ୍ଧିକ ସମ୍ପତ୍ତିର ଅଧିକାର ସମ୍ପର୍କରେ ଆଲୋଚନାଚକ୍ର

jsmm

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ଆଇନ ମହାବିଦ୍ୟାଳୟରେ ବୌଦ୍ଧିକ ସମ୍ପତ୍ତିର ଅଧିକାର ଦିବସ ପାଳନ ଅବସରରେ ଏକ ଆଲୋଚନାଚକ୍ର ମହାବିଦ୍ୟାଳୟର ସେମିନାର ହଲ୍‌ଠାରେ ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼. ବିଭୁରଞ୍ଜନ ପଟ୍ଟନାୟକଙ୍କ ଅଧ୍ୟକ୍ଷତା ଛାତ୍ର ଦେବାଶିଷ ପାଣିଙ୍କ ସଂଯୋଜନାରେ ଆୟୋଜିତ ଏହି ଆଲୋଚନାଚକ୍ରରେ ମୁଖ୍ୟ ଅତିଥି ତଥା ଆଲୋଚକ ଭାବେ ସମ୍ବଲପୁର ବିଶ୍ୱବିଦ୍ୟାଳୟ ଆଇନ ବିଭାଗର ମୁଖ୍ୟ ଡ଼. ମୀନକେତନ ସାହୁ ଯୋଗଦେଇ ବୌଦ୍ଧିକ ସମ୍ପତ୍ତିର ଅଧିକାର ସମ୍ପର୍କରେ ବ୍ୟାପକ ଆଲୋଚନା କରିଥିଲେ । ବୌଦ୍ଧିକ ସମ୍ପତ୍ତିର ବିକାଶ କିପରି ଜାତୀୟ ସମ୍ପତ୍ତି ତଥା ଜ୍ଞାନର ବିକାଶରେ ସହାୟକ ହୁଏ ତା ସହ କମ୍ପାନୀମାନଙ୍କୁ ଲାଭାନ୍ୱିତ କରେ ଓ କପି ରାଇଟ୍‌ ଉପରେ ଆଲୋଚନା କରିଥିଲେ । ଏହି ଆଲୋଚନା ସଭାରେ ଆଲୁମିନୀ ଆସୋସିଏସନ୍‌ର ସଭାପତି ଡ. ସୁମନ ଦତ୍ତ, ଲୋକସମ୍ପର୍କ ଅଧିକାରୀ କୁଞ୍ଜବିହାରୀ ରାଉତ, ଡାମିଟ୍ସର ଉପାଧ୍ୟକ୍ଷା ସ୍ୱାହା ରାୟ, ସୁମାରାଣୀ ଗିରି ଓ ଆଇନ ମହାବିଦ୍ୟାଳୟର ଅଧ୍ୟାପିକା ଡ. ସମ୍ପାଦିକା ମହାନ୍ତି, ଡ଼. ପ୍ରଜ୍ଞା ପରମିତା ପଣ୍ଡା, ଡ. ଦିବ୍ୟେନ୍ଦୁ କୁମାର ପଣ୍ଡା, ତନ୍ମୟରାଜ ପାଢ଼ୀ, ମନୋରଞ୍ଜନ ମହାନ୍ତି, ଅମିତା ଜେନା, ସୁଜାତା ନାୟକ, ଦେବାଶିଷ ବେହେରା, ଅକ୍ଷୟ ଦାଶ, ଲକ୍ଷ୍ମୀପ୍ରିୟା ସାହୁ, ନନ୍ଦକିଶୋର ମହନ୍ତ, ହୃଦୟରଞ୍ଜନ ମହାନ୍ତି, ଆୟୁଷ୍ମାନ ସାହୁ, ଦେବକୀ କାରୁଆ, ନିତ୍ୟାନନ୍ଦ ବିଶୋଇ, ରବିନ୍ଦ୍ର ବାଲମୁଚୁ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ । ପ୍ରାରମ୍ଭରେ ଅଧ୍ୟକ୍ଷ ଡ. ପଟ୍ଟନାୟକ ସ୍ୱାଗତ ଭାଷଣ ସହ ଆଲୋଚନା ଚକ୍ରର ଆଭିମୁଖ୍ୟ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ ।

jittmm
Leave A Reply

Your email address will not be published.