csstore

ବୌଦ୍ଧ ସିଦ୍ଧ ହନୁମାନ ମନ୍ଦିରରେ ଶ୍ରୀ ଶ୍ରୀ ହନୁମାନ ଜୟନ୍ତୀ ଉତ୍ସବ ମହାସମାରୋହରେ ଅନୁଷ୍ଠିତ

ବୌଦ୍ଧ, (ଜୟାନନ୍ଦ ମିଶ୍ର) : ବୌଦ୍ଧ ସହର ମହାନଦୀ ମଧ୍ୟସ୍ଥ ସିଦ୍ଧ ହନୁମାନ ମନ୍ଦିର ପ୍ରାଙ୍ଗଣରେ ହନୁମାନ ଜୟନ୍ତୀ ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରଭାତରୁ ମନ୍ଦିରରେ ଧ୍ୱଜା ରୋପଣ ପରେ ବ୍ରତଧାରୀ ମହିଳାମାନେ ଶୁଭ କଳସ ଧରି ସହର ପରିକ୍ରମା କରି ପୂଜା ସ୍ଥଳରେ କଳସ ସ୍ଥାପନ କରି ସାମୁହିକ ୧୦୮ ହନୁମାନ ଚାଳିଶା ପାଠ, ଅପରାହ୍ନରୁ ସନ୍ଧ୍ୟା ପର୍ଯ୍ୟନ୍ତ ବିଶ୍ୱ ଶାନ୍ତି ହୋମ ଯଜ୍ଞ, ସତସଙ୍ଗ ଓ ନାମ ସହିତ ବିଳମ୍ବିତ ରାତ୍ରୀ ପର୍ଯ୍ୟନ୍ତ ଅନ୍ନ ଯଜ୍ଞ ଅନୁଷ୍ଠିତ ହୋଇଥିଲା । ସିଦ୍ଧ ହନୁମାନ ମନ୍ଦିର ଉପଦେଷ୍ଟା ବୋର୍ଡର ସମସ୍ତ କର୍ମକର୍ତ୍ତାଙ୍କ ସମେତ ସହରର ହଜାର ହଜାର ଶ୍ରଦ୍ଧାଳୁ ସାମିଲ ହୋଇଥିଲେ । ବୋର୍ଡର ସଭାପତି କୃତ୍ତିବାସ ପଲିଆ, ଉପସଭାପତି ଶଙ୍କର ସାହୁ, ସମ୍ପାଦକ ସରୋଜ କୁମାର ସାହୁ, ସହସମ୍ପାଦକ ରାଜ କୁମାର ସାହୁ, କୋଷାଧ୍ୟକ୍ଷ ରାଧେଶ୍ୱାମ ସାହୁ, ଉପଦେଷ୍ଟା ଶ୍ୟାମସୁନ୍ଦର ଅଗ୍ରୱାଲ, ମନ୍ଦିର ପୂଜକ ବିଭୁ ପ୍ରସାଦ ପାଢ଼ୀ, ଯଜ୍ଞ ପୂଜକ ଅଙ୍ଗିରା ମିଶ୍ର, ଗରିବ ମିଶ୍ର, ମାନସ କୁମାର ମିଶ୍ର ପୂଜା କାର୍ଯ୍ୟ ତୁଳାଇ ଥିବା ବେଳେ ସମସ୍ତ କାର୍ଯ୍ୟକ୍ରମକୁ ଆୟୋଜନ ପାଇଁ ସକ୍ରିୟ କାର୍ଯ୍ୟକାରୀ ସଦସ୍ୟ ମାନଭଂଜନ ମହାରଣା, ମନୋଜ କୁମାର ପାତ୍ର, ବିକାଶ ଭଞ୍ଜ, ଗଜେନ୍ଦ୍ର କୁମାର ସାହୁ, ନାରାୟଣ ପ୍ରଧାନ, ମିନୁ ମିଶ୍ର ପ୍ରମୁଖ ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.