csstore

ବଲାଙ୍ଗିର ଖ୍ରୀଷ୍ଟିଆନ୍‌ ସମୁଦାୟଙ୍କୁ ଭେଟିଲେ ନରସିଂହ ଓ ସମରେନ୍ଦ୍ର

ବଲାଙ୍ଗିର, (କେପିଏନ୍‌ଏସ୍‌) : ନିର୍ବାଚନ ପରିପ୍ରେକ୍ଷୀରେ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ଏବଂ ବଲାଙ୍ଗିର କଂଗ୍ରେସ ବିଧାୟକ ପ୍ରାର୍ଥୀ ସମରେନ୍ଦ୍ର ମିଶ୍ର ଭିନ୍ନ ଭିନ୍ନ ବର୍ଗର ଭୋଟର୍‌ଙ୍କ ସହ ଭିନ୍ନ ଭିନ୍ନ କାର୍ଯ୍ୟକ୍ରମରେ ସାକ୍ଷାତ କରି ସେମାନଙ୍କ ସହଯୋଗ ସମର୍ଥନ କାମନା କରୁଥିବା ବେଳେ ଆଜି ପୂର୍ବାହ୍ନରେ ବ୍ଲୁଲାଗୁନ୍‌ ମଣ୍ଡପରେ ବଲାଙ୍ଗିର ଖ୍ରୀଷ୍ଟିଆନ୍‌ ସମୁଦାୟଙ୍କୁ ଭେଟିଛନ୍ତି । ବଲାଙ୍ଗିର ଖ୍ରୀଷ୍ଟାୟାନ୍‌ ସଂପ୍ରଦାୟ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବଲାଙ୍ଗିର ଖ୍ରୀଷ୍ଟିଆନ୍‌ ସମୁଦାୟର ଜିଲ୍ଲା ମିଡ଼ିଆ ବିଭାଗ ଅଧ୍ୟକ୍ଷ ତଥା ଓପିସିସି ମୁଖପାତ୍ର ଅଜିତ ପାଲ ଅଧ୍ୟକ୍ଷତା କରିଥିବା ବେଳେ ଚଳିତ ନିର୍ବାଚନରେ ସମରେନ୍ଦ୍ର ମିଶ୍ରଙ୍କୁ ସମର୍ଥନ କରିବା ପାଇଁ ଖ୍ରୀଷ୍ଟିଆନ୍‌ ସମୁଦାୟ ପକ୍ଷରୁ ଘୋଷଣା କରାଯାଇଛି । ଖ୍ରୀଷ୍ଟିଆନ୍‌ ସମୁଦାୟର ଏଭଳି ଆନ୍ତରିକ ନିଷ୍ପତ୍ତି ଯୋଗୁଁ ନରସିଂହ ଓ ସମରେନ୍ଦ୍ର କୃତଜ୍ଞତା ଜଣାଇଛନ୍ତି । ସୂଚନାଯୋଗ୍ୟ ଯେ, ବଲାଙ୍ଗିର ବିଧାନସଭା ନିର୍ବାଚନ ମଣ୍ଡଳୀରେ ଖ୍ରୀଷ୍ଟିଆନ୍‌ କମ୍ୟୁନିଟିର ୨୨ ହଜାର ଭୋଟର୍‌ ରହିଥିବା ବେଳେ ସମରେନ୍ଦ୍ରଙ୍କୁ ଏତେ ସଂଖ୍ୟକ ଭୋଟର୍‌ ବିଜୟୀ ହେବାପାଇଁ ସହାୟକ ହେବେ ବୋଲି କଂଗ୍ରେସ ପକ୍ଷରୁ ଆଶା କରାଯାଉଛି । କାର୍ଯ୍ୟକ୍ରମରେ କଂଗ୍ରେସ ଦଳର କର୍ମକର୍ତ୍ତାଙ୍କ ସହ ଖ୍ରୀଷ୍ଟିଆନ୍‌ ସଂପ୍ରଦାୟର ଶତାଧିକ କର୍ମକର୍ତ୍ତା ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.