ନୂଆଦିଲ୍ଳୀ : ସୋମବାର ବିଳମ୍ବିତ ରାତିରେ ଏବଂ ମଙ୍ଗଳବାର ସକାଳେ ତାଇୱାନରେ ଏକ ବଡ଼ ଧରଣର ଭୂକମ୍ପ ହୋଇଛି । ତାଇୱାନର ଶୌଫେଙ୍ଗ ଟାଉନସିପ୍, ହୁଆଲିନ୍ କାଉଣ୍ଟିରେ ସୋମବାର ୯ ମିନିଟ୍ ମଧ୍ୟରେ ୫ଟି ଭୂମିକମ୍ପ ଅନୁଭୂତ ହୋଇଛି । ଏହି ଭୂକମ୍ପ ୬.୩ ତୀବ୍ରତା ବିଶିଷ୍ଟ ବୋଲି ଜଣାପଡ଼ିଛି । ରାଜଧାନୀ ତାଇପେଇ ସମେତ ଉତ୍ତର, ପୂର୍ବ ଏବଂ ପଶ୍ଚିମ ତାଇୱାନର ବୃହତ ଅଂଶଗୁଡିକରେ ବିଲ୍ଡିଂଗୁଡିକ ଏହି ଭୂକମ୍ପରେ ପ୍ରଭାବିତ ହୋଇଛି । ତାଇୱାନର କେନ୍ଦ୍ରୀୟ ପାଣିପାଗ ପ୍ରଶାସନ ପକ୍ଷରୁ ଜାଣିବାକୁ ମିଳିଛି ଯେ ସୋମବାର ଅପରାହ୍ନରୁ ଆରମ୍ଭ ହୋଇଥିବା ଏହି ଭୂକମ୍ପ ରାତିରେ ଉଗ୍ରରୂପ ନେଇଥିଲା । ସୋମବାର ବିଳମ୍ବିତ ରାତିରେ ତାଇୱାନର ପୂର୍ବ ଉପକୂଳରେ ୬.୩ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଥିବା ବେଳେ ମଙ୍ଗଳବାର ସକାଳ ସୁଦ୍ଧା ରାଜଧାନୀ ତାଇପେରେ ୫ଥର ଭୂମିକମ୍ପ ଅନୁଭୂତ ହୋଇଛି ।
Next Post