ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସରକାରୀ ବିଜ୍ଞାନ ମହାବିଦ୍ୟାଳୟରେ ଦିନିକିଆ ଏଡ଼ସ ସଚେତନତା କର୍ମଶାଳା ଶନିବାର ଅନୁଷ୍ଠିତ ହୋଇଯାଇଛି । ଛତ୍ରପୁର ସ୍ଥିତ ସରକାରୀ ବିଜ୍ଞାନ ମହାବିଦ୍ୟାଳୟ ଯୁବ-ରେଡକ୍ରସ୍ ଆନୁକୁଲ୍ୟରେ ଏଡ଼୍ସ୍ ଓ ରେଡ୍ରିବନ୍ କ୍ଲବ୍ ସମ୍ପର୍କିତ ଏକ ଦିନିକିଆ କର୍ମଶାଳାରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼. ଅଜୟ କୁମାର ତ୍ରିପାଠୀ ଅଧ୍ୟକ୍ଷତା କରିଥିଲେ । ଏହି କର୍ମଶାଳାରେ ବ୍ରହ୍ମପୁର ସ୍ଥିତ ଅରୁଣା ଅନୁଷ୍ଠାନର ନିର୍ଦ୍ଦେଶକ ଲୋକନଥ ମିଶ୍ର ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ । ଅନ୍ୟତମ ଅତିଥି ଭାବରେ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ କିଶୋର କୁମାର ବେହେରା ଓ ମହାବିଦ୍ୟାଳୟର ପ୍ରଶାସନିକ ଅଧିକାରୀ ଡ଼. ପିଙ୍କିରାଣୀ ଦେଇ ଯୋଗ ଦେଇଥିଲେ । ମହାବିଦ୍ୟାଳୟର ଯୁବ ରେଡ୍କ୍ରସ୍ ପରାମର୍ଶଦାତା ଡ଼. ମାନସ କୁମାର ତ୍ରିପାଠୀ ଓ ଜିଲ୍ଲା ରେଡ୍କ୍ରସ୍ ସମ୍ପାଦକ ଡ଼. ମିଲିମିତା ପାଢ଼ୀ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ବର୍ତ୍ତମାନ ପରିସ୍ଥିତିରେ ଏଡ଼୍ସ୍ ରୋଗକୁ ଦମନ କରିପାରୁଥିବା ଏଆର୍ଟି ଔଷଧର ଉପଦେୟତା ଓ ଏହି ରୋଗ ସମ୍ବନ୍ଧିତ ଅନ୍ଧବିଶ୍ୱାସ ବିଷୟରେ ଆଲୋଚନା କରଯାଇଥିଲା । କର୍ମଶାଳାର ଅନ୍ତିମରେ ଡ଼. ମିଲିମିତା ପାଢ଼ୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କର୍ମଶାଳାରେ ମହାବିଦ୍ୟାଳୟର ଶତାଧିକ ଛାତ୍ରଛାତ୍ରୀ, ଅଧ୍ୟାପକ ଓ ଅନ୍ୟାନ୍ୟ କର୍ମଚାରୀ ଯୋଗ ଦେଇଥିଲେ ।
Prev Post