ଗଞ୍ଜେଇ ଜବତ, ଗାଡି ସହ ଜଣେ ଗିରଫ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଅବକାରୀ ଥାନା ତରଫରୁ ପେଟ୍ରୋଲିଙ୍ଗ ବେଳେ ପାଟଣାଗଡ଼ ଧୂମାଭଟା ରାସ୍ତା କଦଳୀମୁଣ୍ଡା ଛକ ନିକଟରୁ ଗୋଟିଏ ହୁଣ୍ଡାଇ କାର ନଂ ଓଆର୍‌ ୧୯ଜେ ୭୩୩୩ରେ ଗଞ୍ଜେଇ ଚାଲାଣ ହେଉଥିବା ଦେଖିବାକୁ ପାଇଥିଲେ । ଗାଡି ଡ୍ରାଇଭର, କାର ଓ ଗଞ୍ଜେଇକୁ ଅବକାରୀ ଥାନାକୁ ଆଣି ଗଞ୍ଜେଇକୁ ଓଜନ କଲାପରେ ସେଥିରେ ୧୭ କିଲୋ ୭୦୦ ଗ୍ରାମ ଗଞ୍ଜେଇ ଥିଲା । ଏନେଇ ପିଆର୍‌ କେସ୍‌ ନଂ ୧୧/୨୦୨୪ରେ ଏକ ମାମଲା ରୁଜୁ କରି ଏ ସଂକ୍ରାନ୍ତରେ ହୁଣ୍ଡାଇ ଗାଡିକୁ ଜବତ କରିବା ସହିତ ଗାଡିରେ ଥିବା ପାଟଣାଗଡ଼ ଥାନା ଦନ୍ଦରାବାହାଲ ଗ୍ରାମର ପ୍ରେମରାଜ ସେଠଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପାଟଣାଗଡ଼ ଅବକାରୀ ବିଭାଗ । ଘଟଣାର ଅଧିକ ତଦନ୍ତ କରୁଥିବା ଥାନା ଅଧିକାରୀ ରାଜକୁମାର ବେହେରା ସୂଚନା ଦେଇଛନ୍ତି ।

Leave A Reply

Your email address will not be published.

8 + one =

error: Content is protected !!