jsm

ଲର୍କିପାଲିରେ ସମରେନ୍ଦ୍ରଙ୍କ ପାଇଁ ଭୋଟ୍‌ ମାଗିଲେ ନରସିଂହ : ଲୋକଙ୍କ ଅଭିଯୋଗ ଶୁଣି କାମ କରିଛୁ ଆଗକୁ ଆହୁରି ହେବ – ନରସିଂହ

csstore

ବଲାଙ୍ଗିର, (କେପିଏନ୍‌ଏସ୍‌) : ଲୋକେ ଦୁଇ ଥର ତାଙ୍କ ବହୁମୁଲ୍ୟ ଭୋଟ୍‌ ଦେଇ ବଲାଙ୍ଗିରକୁ କଂଗ୍ରେସକୁ ଜିତାଇଛନ୍ତି । ଲୋକଙ୍କ ଆଶା ମୁତାବକ, ତାଙ୍କ ଅଭିଯୋଗ ଶୁଣି କାମ କରିବା ଚେଷ୍ଟା କରିଛୁ । ଅଂଚଳର ପ୍ରତ୍ୟେକ ସମସ୍ୟାକୁ ଜିଲ୍ଲା ପ୍ରଶାସନ ଦ୍ୱାରା ହେଉ କି ବିଧାନସଭାରେ ଉପସ୍ଥାପନା କରି ସମସ୍ୟା ସମାଧାନ କରି ବଲାଙ୍ଗିରର ଏକ ଆଖି ଦୃଶିଆ ବିକାଶ କରାଯାଇଛି । ଆଗକୁ ବଲାଙ୍ଗିରରେ ବାକି ଥିବା ବିକାକୁ ଆହୁରି ତ୍ୱରାନ୍ୱିତ କରାଯିବ ବୋଲି ପୌରାଞ୍ଚଳ ଅନ୍ତର୍ଗତ ୱାର୍ଡ ନଂ.୧ର ଲର୍କିପାଲିଠାରେ ଅନୁଷ୍ଠିତ ଏକ ନିର୍ବାଚନୀ ସଭାରେ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ବଲାଙ୍ଗିର ବିଧାନସଭା ପ୍ରାର୍ଥୀ ସମରେନ୍ଦ୍ର ମିଶ୍ରଙ୍କ ପାଇଁ ହାତ ଚିହ୍ନରେ ଭୋଟ୍‌ ନିବେଦନ କରିବା ସମୟରେ ଉପସ୍ଥିତ ଅଂଚଳବାସୀଙ୍କୁ ନିଜ ବକ୍ତବ୍ୟରେ କହିଛନ୍ତି । ନଗର କଂଗ୍ରେସ ସଭାପତି ବୁଲୁ ଦାନିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ନିର୍ବାଚନୀ ସଭାରେ ବିଧାୟକ ଶ୍ରୀ ମିଶ୍ର ଲୋକଙ୍କ ଉଦ୍ଦେଶ୍ୟରେ ଆହୁରି ମଧ୍ୟ କହିଛନ୍ତି ଯେ ପ୍ରତ୍ୟେକ ଲୋକ ଆଗାମୀ ନିର୍ବାଚନରେ ସଚେତନ ହୋଇ ଭୋଟ୍‌ କେନ୍ଦ୍ରକୁ ଭୋଟ୍‌ ଦେଇ ଯିିବା ଉଚିତ୍‌ । ମୋର ଅନୁରୋଧ ଭୋଟ୍‌ ଦେବା ବେଳେ ଲୋକେ ଟିକେ ଚିନ୍ତନ କରିବେ ଯେ ୨୦୧୪ ପୂର୍ବରୁ ବଲାଙ୍ଗିରର ସ୍ଥିତି କିପରି ଥିଲା ଓ ୨୦୧୪ ପରବର୍ତ୍ତି ବଲାଙ୍ଗିର କେମିତି ଅଛି । ପାନୀୟ ଜଳ, ରୋଡ ରାସ୍ତା, ମେଡିକାଲ କଲେଜ, ଲୋୟର ସୁକତେଲ, ଶିକ୍ଷା ଭିତ୍ତିଭୂମିରେ ପ୍ରାୟତଃ ଉନ୍ନତି ଆସିଯାଇଛି । ବର୍ତ୍ତମାନ ଆମର ଲକ୍ଷ୍ୟ ଏଠିକାର ଯୁବକମାନଙ୍କୁ କର୍ମସଂସ୍ଥାନ ଯୋଗାଇବା ଏବଂ ଛାତ୍ରମାନଙ୍କୁ ଉତ୍ତମ ଶିକ୍ଷା ପାଇଁ ଉପଯୁକ୍ତ ପରିବେଶ ସୃଷ୍ଟି କରିବା । ଏହା ହୋଇ ପାରିଲେ ସ୍ୱତଃ ପ୍ରଭୃତ ଭାବେ ଲୋକଙ୍କ ସାମଗ୍ରିକ ଅର୍ଥନୈତିକ ବିକାଶ ନିଶ୍ଚିତ ହେବ । ଲୋକେ ଆଗାମୀ ନିର୍ବାଚନରେ ଏପରି ଜନପ୍ରତିନିଧି ବାଛନ୍ତୁ ଯେଉଁମାନେ କି ଲୋକଙ୍କ ଅଭିଯୋଗ ଶୁଣିବା ଓ ତାର ସମାଧାନ ପାଇଁ ବଲାଙ୍ଗିରରେ ସବୁବେଳେ ଉପଲବ୍ଧ ରହିବେ ବୋଲି ଶ୍ରୀ ମିଶ୍ର କହିଥିଲେ । ଆଜିର ଏହି ସଭାରେ ଅନ୍ୟମାନଙ୍କ ମଧ୍ୟରେ ଅନିକେଶ କୁମ୍ଭାର, ବସନ୍ତ ଛତ୍ରିଆ, ରଘୁମଣି କୁମ୍ଭାର, ରବିନ୍ଦ୍ର ପାଣିଗ୍ରାହୀ ପ୍ରମୁଖ ମଂଚାସୀନ ଥିବା ବେଳେ ଅଂଚଳର ଅନେକ ମହିଳା ପୁରୁଷ ଉପସ୍ଥିତ ଥିଲେ ।

yuvodaya
Leave A Reply

Your email address will not be published.