oom

ଜିଲ୍ଲା ଆଦିବାସୀ କଲ୍ୟାଣ ସଙ୍ଘ ତରଫରୁ ବାବା ସାହେବ ଡ. ଭୀମରାଓ ଆମ୍ବେଦକରଙ୍କ ୧୩୩ତମ ଜନ୍ମ ଜୟନ୍ତୀ ପାଳିତ

jsmm

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଏପ୍ରିଲ ୧୪ ତାରିଖରେ ସମ୍ବିଧାନ ପ୍ରଣେତା ଡ. ଆମ୍ବେଦକରଙ୍କ ଜନ୍ମ ଜୟନ୍ତୀ ପାଳନ କରାଯାଇଥାଏ । ଏହି ପରିପ୍ରେକ୍ଷୀରେ ଜିଲ୍ଲା ଆଦିବାସୀ କଲ୍ୟାଣ ସଙ୍ଘ ତରଫରୁ ଜିଲ୍ଲା ସଙ୍ଗଠକ ଥବିର ପୁଝାରୀଙ୍କ ନେତୃତ୍ୱରେ ଏକ ବିରାଟ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରି ପୁଣି ଥରେ ଜିଲ୍ଲା ଆଦିବାସୀ କଲ୍ୟାଣ ଭବନଠାରେ ପହଞ୍ଚିଥିଲା । ଏହି ଅବସରରେ ବାବା ସାହେବ ଆମ୍ବେଦକରଙ୍କ ବିଷୟରେ ସମସ୍ତ ଅତିଥି ତାଙ୍କର ଅବଦାନ ସମ୍ପର୍କରେ ଆଲୋକପାତ କରିଥିଲେ । ଏହି ଅବସରରେ ମୁଖ୍ୟ ଅତିଥି ଜିଲ୍ଲା ଆଦିବାସୀ କଲ୍ୟାଣ ସଙ୍ଘର ଶ୍ରୀମତୀ ବନଲତା ମାଝି, ମୁଖ୍ୟ ବକ୍ତା ଭାବେ ହେମେନ୍ଦ୍ର ନାଥ ହାଁସଦା, ସମ୍ମାନିତ ଅତିଥି ଭାବେ ଟିଟିଲାଗଡ ବ୍ଲକ ସଭାପତି ପଦ୍ମନ ପ୍ରଧାନୀ, ସଇଁତଲା ବ୍ଲକ ସଭାପତି ସନ୍ତୋଷ ପୁଟା, ଗୁଡ଼ଭେଲା ବ୍ଲକ ସଭାପତି ଘନଶ୍ୟାମ ପ୍ରଧାନୀ, ମୁରିବାହାଲ ବ୍ଲକ ନାରୀନେତ୍ରୀ ପତରଙ୍ଗି ମାଝି, ତୁରେକେଲା ବ୍ଲକର ନାରିନେତ୍ରୀ ଭୂମିସୂତା ସାମରତଙ୍କ ସମେତ ଅନ୍ୟାନ୍ୟ ବହୁ ଅଞ୍ଚଳରୁ ସଙ୍ଘର ନେତା ଓ ସଦସ୍ୟମାନେ ସାମିଲ ହୋଇଥିଲେ ।

jittmm
Leave A Reply

Your email address will not be published.