oom

ଛତ୍ରପୁରରେ ତେଲୁଗୁ ନବବର୍ଷ ଉଗାଦି ପାଳିତ : ତେଲୁଗୁ କଲ୍‌ଚରାଲ୍ ଆସୋସିଏସନ୍ ପକ୍ଷରୁ ଉଗାଦି ପାଳିତ

jsmm

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁରସ୍ଥ ଶିବ କୁମାର ପଟ୍ଟନାୟକ ରିଡ଼ିଙ୍ଗରୁମ୍‌ରେ ତେଲୁଗୁ ସାଂସ୍କୃତିକ ସଂଗଠନ ଅବା ତେଲୁଗୁ କଲ୍‌ଚରାଲ୍ ଆସୋସିଏସନ୍ ଆନୁକୂଲ୍ୟରେ ତେଲୁଗୁ ନବବର୍ଷ ଉଗାଦି ବର୍ଣ୍ଣାଢ଼୍ୟ ସମାରୋହରେ ପାଳିତ ହୋଇଯାଇଛି । ପ୍ରାରମ୍ଭରୁ ବିଧିବଦ୍ଧ ଭାବେ ଯଥା ରୀତିରେ ପୂଜାର୍ଚ୍ଚନା ସହ ନୂତନ ତେଲୁଗୁ ପଞ୍ଜିକା ୨୦୨୪ର ଫଳାଫଳ ଦେଶ ପାଇଁ ଓ ପୃଥିବୀ ପାଇଁ କଣ ଶୁଭାଶୁଭ ରହିଛି, ସେ ସମ୍ପର୍କରେ ତେଲୁଗୁ ପାନ୍ତୁଲୁଗାରୁ ହରି ଗୋପାଲ୍ ଶାସ୍ତ୍ରୀ ବିସ୍ତୃତ ବ୍ୟାଖ୍ୟା କରି ସୁଧିଜନଙ୍କୁ ଆଲୋକପାତ କରିଥିଲେ । ପରେ ତେଲୁଗୁ ମହିଳା ଗୋଷ୍ଠୀଙ୍କ ଦ୍ୱାରା ସାମୂହିକ ସ୍ତୋତ୍ର ପାଠ, ବେଦ ପାଠ ଆଦି ଅନୁଷ୍ଠିତ ହୋଇଥିଲା । ଦ୍ୱିତୀୟ ପର୍ଯ୍ୟାୟରେ ଆନୁଷ୍ଠାନିକ ସଭା ଅନୁଷ୍ଠିତ ହେଇଥିଲା । ଆୟୋଜିତ ଭବ୍ୟ ମଞ୍ଚରେ ସ୍ଵେଚ୍ଛାସେବୀଙ୍କୁ ଏବଂ ବରେଣ୍ୟ ବ୍ୟକ୍ତି ବିଶେଷ୍ୟଙ୍କୁ ମାନପତ୍ର ଓ ଉପଢୌକନ ସହ ସମ୍ବର୍ଦ୍ଧିତ କରଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ବିଶିଷ୍ଟ ବୈଦିକ ଶାସ୍ତ୍ରଜ୍ଞ, ଜ୍ୟୋତିର୍ବିଦ୍, ରାଙ୍ଗା ଭାଟ୍ଟାଲା ଧନଞ୍ଜୟ ଆଚାରିଲୁ ମୁଖ୍ୟଅତିଥି ଭାବେ ଯୋଗଦେଇ ବିଶ୍ଵର ଗ୍ରହ ଚଳନ ଉପରେ ଚଳିତ ୨୦୨୪ର ପଞ୍ଜିକାକୁ ଭିତ୍ତି କରି ଫଳାଫଳ ଉପରେ ତାତ୍ତ୍ଵିକ ଆଲୋଚନା ଦେଇଥିଲେ । ମୁଖ୍ୟବକ୍ତା ଭାବେ ବି. ରମଣୀ ଗାରୁ, ସମ୍ମାନୀତ ଅତିଥି ଭାବେ ଡି. ରାମା ରାଓ, ଶ୍ରୀମତୀ ଆର୍. ସୁମତୀ ରେଡ୍ଡୀ ପ୍ରମୁଖ ବହୁ ଗଣ୍ୟମାନ୍ୟ ଅତିଥି ଯୋଗଦେଇ ପବିତ୍ର ଭାଇଚାରାର ପରମ୍ପରା ତେଲୁଗୁ ନବବର୍ଷ ଉଗାଦି ପାଳନର ମହତ୍ତ୍ଵ ସମ୍ପର୍କରେ ଆଲୋକପାତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଛତ୍ରପୁର ତେଲୁଗୁ ସାଂସ୍କୃତିକ ସଂଗଠନର କର୍ମକର୍ତ୍ତାଗଣ ଯୋଗଦେଇ ଏଥିରେ ସକ୍ରୀୟ ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଆଡ୍‌ଭୋକେଟ୍‌ ବି. ଶ୍ରୀନିବାସ ରାଓ ସଂଯୋଜନା ଓ ପରିଚାଳନା କରିଥିଲେ ଏବଂ ବରିଷ୍ଠ ସଦସ୍ୟ ଏ. ରାବଣା ରାଓ ସକ୍ରୀୟ ସହଯୋଗ କରିଥିଲେ । ଶେଷରେ ବିଭିନ୍ନ ଅନୁଷ୍ଠାନର ଛାତ୍ରଛାତ୍ରୀଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇ ଦର୍ଶକଙ୍କୁ ବିମୁଗ୍ଧ ଓ ବିମୋହିତ କରିଥିଲା । ଏଭଳି ଉତ୍ସାହ ଭରା କାର୍ଯ୍ୟକ୍ରମରେ ସବୁବର୍ଗର ବ୍ୟକ୍ତି ବିଶେଷ୍ୟଗଣ ଏଥିରେ ସୁବର୍ଣ୍ଣ ସୁଯୋଗ ଲାଭ କରିଥିଲେ ।

jittmm
Leave A Reply

Your email address will not be published.