କଣ୍ଟାବାଞ୍ଜି ତହସିଲ୍‌ଦାରଙ୍କ ପରଲୋକ

କଣ୍ଟାବାଞ୍ଜି, (କୈଳାସ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ତହସିଲ୍‌ଦାର ରତନଲାଲ ମୁଣ୍ଡା (୫୫) ଗତକାଲି ପରଲୋକ ହୋଇଯାଇଛି । ସୂଚନା ଯୋଗ୍ୟ ଯେ, କଟକର ଏକ ଘରୋଇ ଡ଼ାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ସେ କେନ୍ଦୁଝର ସଦର ଅଞ୍ଚଳର ବାସିନ୍ଦା ଅଟନ୍ତି । ଗତ ଅକ୍ଟୋବର ୨୩ ମସିହାରେ କଣ୍ଟାବାଞ୍ଜି ତହସିଲ୍‌ଦାର ଭାବେ ଦାୟିତ୍ଵ ତୁଲାଇଥିଲେ । ୨୦୧୪-୧୫ ମସିହାରେ ତୁରେକେଲା ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଭାବେ ଦାୟିତ୍ଵ ତୁଲାଇଥିଲେ । ସେ ପ୍ରାୟ ୬ ମାସ ହେବ କିଟିନି ରୋଗରେ ପୀଡିତ ହୋଇ କଟକର ଏକ ଘରୋଇ ଡ଼ାକ୍ତରଖାନାରେ ଚିକିତ୍ସିତ ହୋଇଥିବା ଜଣାପଡିଛି । ଗତ ୧୫ ଦିନ ତଳେ କଣ୍ଟାବାଞ୍ଜି ବାଳକ ଉଚ୍ଚ ବିଦ୍ୟାଳୟରେ ନୀର୍ବାଚନ ସମ୍ପର୍କିତ ତାଲିମ ହେଉଥିବା ସମୟ ବେଳେ ହଠାତ୍ ଅସୁସ୍ଥ ହୋଇପଡିଥିଲେ । ଏହା ପରେ ସେ ଛୁଟି ପାଇଁ ଆବେଦନ କରିଥିଲେ ସୁଦ୍ଧା ଛୁଟି ମିଳିନଥିବାରୁ ନିର୍ବାଚନ ଦାୟିତ୍ୱରୁ ଅବ୍ୟାହତି ଦିଆଯାଇନଥିଲଶ । ପରିବାର ବର୍ଗ ପକ୍ଷରୁ ଟିଟିଲାଗଡ଼ ଉପଜିଲ୍ଲାପାଳଙ୍କୁ ଜଣାଇବା ପରେ କଟକର ଏକ ଡାକ୍ତରଖାନାରେ ଚିକିତ୍ସା କରାଉଥିଲେ । ତାଙ୍କର ଗୋଟିଏ ପୁଅ ଓ ଗୋଟିଏ ଝିଅ ଅଛନ୍ତି । ସେ ନିର୍ବାଚନି କାର୍ଯ୍ୟରେ ନିୟୋଜିତ ଥିବାବେଳେ ଅସୁସ୍ଥତା ହୋଇପଡ଼ି ପ୍ରାଣ ହରାଇଥିବାରୁ ତାଙ୍କ ପରିବାରକୁ ସରକାରୀ ସହାୟତା ପ୍ରଦାନ ପାଇଁ ଦାବି ହେଇଛି । ଏନେଇ କଣ୍ଟାବାଞ୍ଜି ତହସିଲ୍ କାର୍ଯ୍ୟାଳୟରେ ଏକ ଶୋକସଭା କରାଯାଇଥିଲା । କେନ୍ଦୁଝରସ୍ଥିତ ଗାଁରେ ତାଙ୍କର ଅନ୍ତିମସତ୍କାର କରାଯିବ ବୋଲି ଯଣାପଡିଛି ।

Leave A Reply

Your email address will not be published.

twenty + eleven =