jsm

ବିଇଓ ଅଫିସର ଚତୁର୍ଥ ଶ୍ରେଣୀ କର୍ମଚାରୀ ନିର୍ମଳ ବାଙ୍କଙ୍କ ଅବସର ଗ୍ରହଣ

csstore

ପଦ୍ମପୁର, (ନିରୋଜ କୁମାର ପାଣୀ) : ବିଇଓ ଅଫିସର ଚତୁର୍ଥ ଶ୍ରେଣୀ କର୍ମଚାରୀ ନିର୍ମଳ ବାଙ୍କ ଅବସର ଗ୍ରହଣ କରିଛନ୍ତି । ସେ ଜଣେ ନିର୍ମଳ ଭାବମୂର୍ତ୍ତି, କର୍ମଠ ତଥା ସମୟାନୁବର୍ତ୍ତୀ କର୍ମଚାରୀ ଭାବରେ ଦୀର୍ଘଦିନ ଧରି କାର୍ଯ୍ୟ କରିଥିଲେ । ବିଦାୟକାଳୀନ ସମ୍ବର୍ଦ୍ଧନା ସଭାରେ ତାଙ୍କର କାର୍ଯ୍ୟ କରିବାର ଶୈଳୀକୁ ସମସ୍ତେ ପ୍ରଶଂସା କରିଥିଲେ । ବ୍ରଜରାଜ ବେହେରା କବିତା ମାଧ୍ୟମରେ ତାଙ୍କର ଗୁଣାବଳୀକୁ ଉପସ୍ଥାପନ କରିଥିଲେ । ଗୋଷ୍ଠୀ ଶିକ୍ଷା ଅଧିକାରୀ ଲୋକନାଥ ଭୋଇଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିବା ବିଦାୟ କାଳୀନ ସମ୍ବର୍ଦ୍ଧନା ସଭାରେ, ଏବିଇଓ ରାମସିଂ ଭୋଇ, ଶିବ ପ୍ରସାଦ ଯୋଶୀ, ଜୟ କୁମାର ସାହୁ, ବିଆର୍‌ଟି ପ୍ରଭାତ ସାହୁ, ଭଗବାନ ତରାଇ ମୁଖ୍ୟ କିରାଣୀ ଦିଲ୍ଲୀପ ଭୋଇ, ପୂର୍ବତନ ବିଇଓ ତ୍ରିବିକ୍ରମ ପାଣିଗ୍ରାହୀ, ଜନକଲାଲ ମେହେର, ପୂର୍ବତନ ଏବିଇଓ ବିପିନ ମିଶ୍ର ଓ ୧୪ ଜଣ ସିଆର୍‌ସିସି ଉପସ୍ଥିତ ଥିଲେ ଓ ସଭା ଶେଷରେ ନିର୍ମଳଙ୍କୁ ତାଙ୍କ ଘର ପର୍ଯ୍ୟନ୍ତ ପଛୋଟି ନିଆଯାଇ ତାଙ୍କର ଅବସର ଜୀବନ ସୁଖମୟ ହେଉ ବୋଲି କାମନା କରାଯାଇଥିଲା ।

yuvodaya
Leave A Reply

Your email address will not be published.