oom

ପଶ୍ଚିମ ଓଡିଶା ସଂକୀର୍ତ୍ତନ ପରିଷଦର ଚତୁର୍ଦ୍ଦଶ ବାର୍ଷିକ ଉତ୍ସବ ପାଳିତ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ସଦାଇପାଲି ପଲ୍ଲିଶ୍ରୀବିହାର ରାଧାକୃଷ୍ଣ ମନ୍ଦିର ପରିସରରେ ପଶ୍ଚିମ ଓଡିଶା ସଂକୀର୍ତ୍ତନ ପରିଷଦର ଚତୁର୍ଦ୍ଦଶ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ଏହି ଅବସରରେ ପଶ୍ଚିମ ଓଡିଶାର ୧୧ଟି ଜିଲ୍ଲାର ୧୯ଟି ସଂକୀର୍ତ୍ତନ ଦଳ ସଦାଇପାଲି ଗ୍ରାମରେ ନଗର କୀର୍ତ୍ତନ କରିଥିଲେ । ଗ୍ରାମବାସୀଙ୍କ ତରଫରୁ ପ୍ରତ୍ୟେକ ଘର ଆଗରେ ପୂର୍ଣ୍ଣକୁମ୍ଭ ସ୍ଥାପନ କରାଯାଇଥିଲା ଏବଂ ସଂକୀର୍ତ୍ତନ ଶ୍ରଦ୍ଧାଳୁମାନଙ୍କୁ ବଦାନ୍ୟ ବ୍ୟକ୍ତିମାନେ ପାଣିପଣା, ସରବତ ଆଦି ବଣ୍ଟନ କରିଥିଲେ । ତା’ପରେ ପରିଷଦର ସଭାପତି ହେମନ୍ତ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ପ୍ରଥମ ଅଧିବେସନ ଆରମ୍ଭ ହୋଇଥିଲା । ଏହି ଅବସରରେ ଉତ୍କଳ ସଂକୀର୍ତ୍ତନ ମହାସଂଘର ସଦସ୍ୟ ବାବା ପଞ୍ଚୁଦେବ ଓ ଦ୍ୱାରିକାନାଥ ସେନାପତି, ପରିଷଦର ସଂପାଦକ ଲୋକନାଥ ମିଶ୍ର ତଥା ପ୍ରଭାରୀ ରାଧେକୃଷ୍ଣ ପଣ୍ଡା, ତୁଷାର ରଂଜନ ବାରିକ ପ୍ରମୁଖ ଉଦ୍‌ବୋଧନ ଦେଇଥିଲେ । ତା’ପରେ ସମ୍ବଲପୁର ଜିଲ୍ଲାର ଅଏଁଲାପାଲି, ବରଗଡ ଜିଲ୍ଲାର ଘନାମାଲ, ସୁବର୍ଣ୍ଣପୁର ଜିଲ୍ଲାର ଝରାପଡା, ବୌଦ୍ଧ ଜିଲ୍ଲାର ଖୁଣ୍ଟବନ୍ଧ, କନ୍ଧମାଳ ଜିଲ୍ଲାର ମିଶିଆଁ, ନୂଆପଡା ଜିଲ୍ଲାର ପଗାରପାଣି, ବଲାଙ୍ଗିର ଜିଲ୍ଲାର ସଦାଇପାଲିର ଉଭୟ ପୁରୁଷ ଓ ମହିଳା ଦଳ, ଆଡେନଡୁଙ୍ଗୁରୀ, ଡୁଡୁକା, କଳାସର, ସରଗାଡ, ଝାର୍‌ବଲାଙ୍ଗିର, ମିର୍ଦ୍ଧାପାଲି, ବୁବେଲ ଓ ବ୍ରାହ୍ମଣୀଡୁଙ୍ଗୁରୀ ନିଜ ନିଜ ସଂକୀର୍ତ୍ତନ ପରିବେଷଣ କରିଥିଲେ । ଦ୍ୱିତୀୟ ଅଧିବେସନରେ ୧୩୬୦ ଜଣ ସଂକୀର୍ତ୍ତନ କଳାକାର ଯୋଗଦାନ କରିଥିଲେ । ଏହି ଅଧିବେସନରେ ମୁଖ୍ୟ ଅତିଥି ଭାବରେ ଓଡିଶା ଗୃହ ନିର୍ମାଣ ନିଗମର ଅଧ୍ୟକ୍ଷ କଳିକେଶ ନାରାୟଣ ସିଂହଦେଓ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଦେବକୀ ସାହୁ, ବଲାଙ୍ଗିର ବ୍ଲକ ଅଧ୍ୟକ୍ଷା ସରିତା ବାଗ ଏବଂ ପୂର୍ବ ଅଧ୍ୟକ୍ଷ ଗୋଲାପ ବାଗ ଯୋଗଦାନ କରି ସ୍ମରଣୀକା ଉନ୍ମୋଚନ ତଥା କୃତି କଳାକାରମାନଙ୍କୁ ସମ୍ମାନିତ କରିଥିଲେ । ତନ୍ମଧ୍ୟରୁ ଚୈତନ୍ୟ ସମ୍ମାନରେ ବରଗଡ଼ ଜିଲ୍ଲା ପଦ୍ମପୁରର ଗଙ୍ଗାଧର ଚିରଗୁନଙ୍କୁ ସମ୍ମାନିତ କରିଥିବା ବେଳେ ବଲାଙ୍ଗିର ସଦାଇପାଲିର ଶମ୍ଭୁ ପ୍ରସାଦ ନାଏକ ଙ୍କୁ ଗାୟକରତ୍ନ ଓ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡାର ମନବେଶ ଭୋଇଙ୍କୁ ବାୟକରତ୍ନ ଉପାଧିରେ ସମ୍ମାନିତ କରାଯାଇଥିଲା । କାର୍ଯ୍ୟକ୍ରମକୁ ପରିଷଦର ଉପଦେଷ୍ଟା ସମାଜସେବୀ ଡ. ଶ୍ରୀକର ମିଶ୍ର, ସଂଯୋଜକ ଭରତ ସାହୁ, କୋଷାଧ୍ୟକ୍ଷ ରାଧାକାନ୍ତ ପାଣିଗ୍ରାହୀ, ପୂର୍ବତନ ସଭାପତି ରାଜେନ୍ଦ୍ର ଅଗ୍ରଓାଲ, ସହ-ସଂପାଦକ ମାନଭଞ୍ଜନ ନାଏକ, ଅନ୍ୟତମ ଉପଦେଷ୍ଟା ରାଜେନ୍ଦ୍ର ବେହେରା, ଆଗଲପୁର ବ୍ଲକ ସଭାପତି ଗୌରଚରଣ ପଟେଲ, ଲୋଇସିହା ବ୍ଲକ ସଭାପତି ଚୈତନ୍ୟ ପଧାନ, ପୁଇଁନ୍ତଲା ବ୍ଲକ ସଭାପତି ଗୌରାଙ୍ଗ ମିଶ୍ର ଓ ବଲାଙ୍ଗିର ବ୍ଲକ ସଭାପତି ରମେଶ ନାଏକ, ପ୍ରଫୁଲ୍ଲ ମିଶ୍ର, ଆଦିତ୍ୟ ପଟ୍ଟନାୟକ, ଲୋକନାଥ ସିଂହ, ପ୍ରେମାନନ୍ଦ ସାଏ, ଶାନ୍ତନୁ ମିଶ୍ର, ସନ୍ତୋଷ ବ୍ରହ୍ମା ପ୍ରମୁଖ ସହଯୋଗ କରିଥିଲେ । ଶେଷରେ ସମ୍ବଲପୁର ସଂକୀର୍ତ୍ତନ ଜିଲ୍ଲା ସଭାପତି ସନ୍ତୋଷ ବାରିକ ଧନ୍ୟବାଦ୍‌ ଦେଇଥିଲେ ।

jittmm
Leave A Reply

Your email address will not be published.