oom

୬୨ ବର୍ଷ ବୟସରେ ଧର୍ମପରାୟଣ ବ୍ୟକ୍ତିଙ୍କ ପରଲୋକ

jsmm

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଳକ ସଦର ଖପ୍ରାଖୋଲ ଗ୍ରାମର ବିଶିଷ୍ଟ ଧର୍ମ ପରାୟଣ ବ୍ୟକ୍ତି ତଥା ଖପ୍ରାଖୋଲ ବ୍ଲକ ସାମ୍ବାଦିକ ଅଶୋକ କୁମାର ବାଗଙ୍କ କାକା ରଘୁନାଥ ବାଗଙ୍କ ୬୨ ବର୍ଷ ବୟସରେ ପରଲୋକ ଘଟିଛି । ସ୍ୱର୍ଗତ ବାଗ କିଛି ବର୍ଷ ହେବ ଆଣ୍ଠୁଗଣ୍ଠି ଜନିତ ବ୍ୟାଧିରେ ପୀଡ଼ିତ ଥିବା ବେଳେ ରବିବାର ଦିବା ୧୦.୩୦ ସମୟରେ ଖପ୍ରାଖୋଲ ସ୍ଥିତ ନିଜ ବାସ ଭବନରେ ଦେହ ତ୍ୟାଗ କରିଥିଲେ । ବାଗଙ୍କ ମୃତ୍ୟୁ ଶଯ୍ୟା ନିକଟରେ ବଡ ଭାଇ, ଭଉଣୀ, ଦୁଇ ବୋହୂ, ନାତିନାତୁଣୀ ସମେତ ପରିବାର ଏବଂ ବନ୍ଧୁବର୍ଗ ଉପସ୍ଥିତ ଥିଲେ । ସ୍ଵର୍ଗତ ବାଗ ଜଣେ ପରୋପକାରୀ ଏବଂ ସରଳ ବ୍ୟକ୍ତିତ୍ୱ ଭାବରେ ଅଞ୍ଚଳରେ ସମସ୍ତଙ୍କର ପ୍ରିୟ ଭାଜନ ହୋଇପାରିଥିଲେ । ତାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ଆଖପାଖ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଗଭୀର ଶୋକ ପ୍ରକାଶ କରିବା ସହିତ ସ୍ଵର୍ଗତ ବାଗଙ୍କ ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି । ଘର ପାଖରେ ବାଗଙ୍କ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିବା ବେଳେ କୈଳାଶ ଚନ୍ଦ୍ର ସୁନା, ହୋତାସନ ତାଣ୍ଡି, ପରଦେଶୀ ତାଣ୍ଡି, ଗୋକୁଳ ତାଣ୍ଡି, ବୁଲୁ ସୁନା, ଭରତ ଦୀପ, ଗୌତମ ତାଣ୍ଡି, ବୁଲୁ ତାଣ୍ଡି, ସଞ୍ଜୟ ଶାହା, ରାଧେଶ୍ୟାମ ତାଣ୍ଡି, ହେମନ୍ତ ମହାନନ୍ଦ, ଅମିତ ତାଣ୍ଡି, ସୁଶାନ୍ତ ନାଗ, ପ୍ରକାଶ ବାରିକ, ଅଶୋକ ବାଗ ପ୍ରମୁଖ ଉପସ୍ଥିତ ଥିବା ଜଣାପଡିଛି ।

jittmm
Leave A Reply

Your email address will not be published.