ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଭାରତ ସରକାରଙ୍କ ଏକ ପ୍ରତିଷ୍ଠାନ ଆଇଆର୍ଇଏଲ୍ (ଇଣ୍ଡିଆ) ଗୋଷ୍ଠୀଗତ ସାମାଜିକ ଦାୟିତ୍ୱ ଆନୁକୂଲ୍ୟରେ ଭ୍ରାମ୍ୟମାଣ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର ଚମାଖଣ୍ଡି ଗ୍ରାମ ପଞ୍ଚାୟତର ଚମାଖଣ୍ଡି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶନିବାର ଆୟୋଜିତ ହୋଇଯାଇଛି । ଏହି ମାଗଣା ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ସେବା ଶିବିର ଆୟୋଜିତ ହୋଇଯାଇଛି । ଏହି ଅନୁଷ୍ଠାନିକ ଶିବିରରେ ପଞ୍ଚାୟତ ସଦସ୍ୟ, ବୁଦ୍ଧିଜୀବୀ ପ୍ରମୁଖ ଯୋଗଦେଇ ଏହି ଆନୁଷ୍ଠାନିକ ଶିବିରରେ ରୋଗୀଙ୍କୁ ଉତ୍ସାହିତ କରିଥିଲେ । ଶିବିରରେ ପ୍ରାୟତଃ ଦୁଇଶହରୁ ଅଧିକ ରୋଗୀ ଯୋଗଦେଇ ଏହି ଶିବିରରେ ନିଜର ସ୍ଵାସ୍ଥ୍ୟ ସେବାର ସୁଯୋଗ ଲାଭକରି ଖୁବ୍ ଖୁସିବ୍ୟକ୍ତ କରିଥିଲେ । ଗରିବ ତଥା ଉପସ୍ଥିତ ସମସ୍ତ ରୋଗୀମାନଙ୍କୁ ମାଗଣାରେ ଉନ୍ନତମାନର ଔଷଧୀୟ ଉପକରଣ ବିତରଣ କରାଯାଇଥିଲା । ବହୁ ରୋଗୀମାନେ ନିଜ ନିଜର ଏହି ବହିଃ-ଚିକିତ୍ସା ସେବା ସୁବିଧା ଲାଭ କରିଥିଲେ । ଆଇଆର୍ଇଏଲ୍ (ଇଣ୍ଡିଆ) ଗୋଷ୍ଠୀଗତ ସାମାଜିକ ଦାୟିତ୍ୱ ପକ୍ଷରୁ ଡେପୁଟୀ ଜେନେରାଲ ମ୍ୟାନେଜର ରିସର୍ଚ୍ଚ ତଥା ସି.ଏସ୍.ଆର୍. ଏନ୍. କେ. ନାୟକ, ମ୍ୟାନେଜର ସି.ଏସ୍.ଆର୍. ଦୀପକ କୁମାର ମିଶ୍ର ଯୋଗଦେଇ ଏହି କାର୍ଯ୍ୟକ୍ରମକୁ ପରିଦର୍ଶନ କରି ତଦାରଖ କରିଥିଲେ । ଆଇଆର୍ଇଏଲ୍ (ଇଣ୍ଡିଆ) ଗୋଷ୍ଠୀଗତ ସାମାଜିକ ଦାୟିତ୍ୱ ବିଭାଗ ତରଫରୁ ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀ, ଫାର୍ମାସିଷ୍ଟ ଓ ଡାକ୍ତରୀ ଟିମ୍ ଯୋଗଦେଇ ଏହାକୁ ସଫଳ କରିଥିଲେ ।
Next Post