oom

କଣ୍ଟାବାଞ୍ଜିରେ କଳାକାର ସମ୍ମାନିତ ସମାବେଶ

jsmm
  • ସମ୍ବର୍ଦ୍ଧିତ ହେଲେ ନିର୍ବାଚନ ମଣ୍ଡଳୀର ୭ସହରୁ ଅଧିକ କଳାକାର

କଣ୍ଟାବାଞ୍ଜି, (ଗୁରୁଦୟାଲ ହଂସ) : କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀର ଥିବା କଳାକାରମାନଙ୍କୁ ନେଇ ସ୍ଥାନୀୟ ଜିଆର୍‌ ପେଲେସ୍‌ଠାରେ ବିଜେଡି ନେତା ଅଜୟ ଦାସଙ୍କ ଅଧ୍ୟକ୍ଷତାରେ ଏକ କଳାକାର ସମାବେଶ ଅନୁଷ୍ଠିତ ହୋଇଛି । ଏହି ସମାବେଶରେ ନିର୍ବାଚନ ମଣ୍ଡଳୀ ମୁରିବାହଲ, ତୁରେକେଲା ଓ ବଙ୍ଗୋମୁଣ୍ଡା ବ୍ଲକର ୭ ସହରୁ ଅଧିକ ମହିଳା ଓ ପୁରୁଷ କଳାକାର ଯୋଗଦେଇଥିଲେ । ତେବେ ଏହି ଅବସରରେ ସମସ୍ତ ୭ ସହରୁ ଅଧିକ କଳାକାରଙ୍କୁ ଉପଢୌକନ ଦେଇ ସମ୍ମାନିତ କରାଯାଇଛି । କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ମୁରିବାହାଲ ବ୍ଲକ ସଭାପତି ମିନିକେତନ ପାତ୍ର, ଚନାବାହାଲ ସରପଞ୍ଚ କୁନ୍ତୀ ମେହେର, ମୁରିବାହାଲ କଳାକାର ବ୍ଲକ ସଭାପତି କୈଳାଶ ଦଣ୍ଡସେନା, ବଙ୍ଗୋମୁଣ୍ଡା ବ୍ଲକ ସଭାପତି ସୁଧାକର ସାହୁ, ତୁରେକେଲା ବ୍ଲକ ସଭାପତି ଅମିଲ ପୁଟେଲ, କୈଳାଶ ବେହେରା ବଲାଙ୍ଗିର ଜିଲ୍ଲା ବିଜେଡି ସଂସ୍କୃତିକ ସମନୟ ସାମକ୍ଷ ସଂଯୋଜକ, ସଂକୃତନ୍ୟ ଗୁରୁ ଧ୍ରୁବ ଚରଣ ବୁଡ଼େକ, ହରିଶ ଚନ୍ଦ୍ର ବାରିକ, ଗୌର ଚନ୍ଦ୍ର ମେହେର, ଅଙ୍ଗୁରି ପ୍ରଧାନ, ବନବାଶ ସୁନା ନାଟ୍ୟ ଗୁରୁ, ବ୍ଲକ ବିଜେଡି ଯୁବ ସଭାପତି ଚିତ୍ତରଞ୍ଜନ ବାଗ, ଅମୁଲ୍ୟ ନାଗ, ବିନୟ ବିଭାର, ଅଶୋକ କୁଅଁର, ଶାନ୍ତନୁ ବିଭାର, ବିଶାଳ ବେହେରା, ବିଷ୍ଣୁ ବେହେରା, ସରୋଜ ମେହେର, ଗୁହାଲୁ ବେହେରା, ସସ୍ମିତା ଦଣ୍ଡସେନା, ସରୋଜିନୀ ବେହେରା, ବୈଦେଇ ବୈଠାରୁ, ଚନ୍ଦ୍ରିକା ଜାଲ, ସଂକ୍ରିତନ ଗାୟକା ସରସ୍ୱତୀ ଖରସେଲ, ସଂଚାର ବାୟକ ପିତାମ୍ବର ପନିକା, ସଂଚାର ବାୟକ ଫକୀର ପ୍ରଧାନ, ମାର୍କଣ୍ଡ ପ୍ରଧାନ, ଡୋଳାମାଣି ପୁଟେଲ ସାମିଲ ଥିଲେ । ମଞ୍ଚ ପରିଚାଳନା କରିଥିଲେ ଚିତ୍ତରଞ୍ଜନ ବାଗ ଓ ତିରୁପତି ବେହେରା ଧନ୍ୟବାଦ୍‌ ଅର୍ପଣ କରିଥିଲେ ଦୀନବନ୍ଧୁ ବଗର୍ତ୍ତୀ ।

jittmm
Leave A Reply

Your email address will not be published.