ଜାମୁଟ ଗ୍ରାମରେ ଜଣଙ୍କୁ ମରଣାନ୍ତକ ଆକ୍ରମଣ, ଅଭିଯୁକ୍ତ କୋର୍ଟ ଚାଲାଣ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ପତ୍ରାପାଲି (କ) ପଞ୍ଚାୟତ ଜାମୁଟ ଗ୍ରାମରେ ଜଣଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାରେ ଗ୍ରାମର କରୁଣା ପୁଟେଲ (୪୮) ନାମକ ଜଣେ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଜାମିନ ଆବେଦନ ଖାରଜ ହେବାରୁ ତାଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି । ପୁଲିସ ସୂତ୍ରରୁ ସୂଚନା ମତେ ଜାମୁଟ ଗ୍ରାମର ଅଭିଯୁକ୍ତ କରୁଣା ପୁଟେଲଙ୍କ ଏକ ଯୁବତୀ ଝିଅ ଗତ କିଛି ଦିନ ତଳେ ଗ୍ରାମର ଜଣେ ଯୁବକଙ୍କ ସହ ଘରୁ ଫେରାର ହୋଇଯାଇଥିଲେ । ଏହି ଘଟଣାରେ ଗ୍ରାମର ତେଲୁ ପୁଟେଲ (୫୦)ଙ୍କ ସମ୍ପୂର୍ଣ୍ଣ ହାତ ରହିଥିବା ଆଶଙ୍କା କରି ଅଭିଯୁକ୍ତ କରୁଣା ତେଲୁ ପୁଟେଲଙ୍କୁ ମରଣାନ୍ତକ ଆକ୍ରମଣ କରି ନିସ୍ତୁକ ମାଡ ମାରିଥିଲେ । ଏଥିରେ ତେଲୁ ଗୁରୁତର ଆହତ ହୋଇଥିଲେ । ଏ ସମ୍ପର୍କରେ ତେଲୁ ଅଭିଯୁକ୍ତ କରୁଣା ବିରୁଦ୍ଧରେ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ତେଲୁଙ୍କ ଏତଲା ଆଧାରରେ ପୁଲିସ ଥାନା କେଶ ନଂ ୭୩/୨୪ରୁଜ୍ଜୁ କରି ଅଧିକ ତଦନ୍ତ ପରେ ଅଭିଯୁକ୍ତ କରୁଣା ପୁଟେଲଙ୍କୁ ଦଫା ୩୪୧/୨୪୪/୩୨୩/୩୦୭/୫୦୬ ଆଇପିସିରେ ସୋମବାର କୋର୍ଟ ଚାଲାଣ କରିଥିବା ବେଳେ ଜାମିନ ଆବେଦନ ଖାରଜ ହେବାରୁ ତାଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି ବୋଲି ଥାନା ଆଇଆଇସି ସିପୋରା ସରାୟ ଲୁଗୁନ ପ୍ରକାଶ କରିଛନ୍ତି । ଘଟଣାଟି ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି ।

Leave A Reply

Your email address will not be published.

13 − 5 =