
ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଜଣାଶୁଣା ଟିକେଟ କାଉଣ୍ଟର ବିକ୍ରେତା ତଥା ସମାଜସେବୀ ରାଜୀବ କୁମାର କରଣଙ୍କ ଦ୍ୱାଦଶାହ ଦିବସରେ ଏକ ସ୍ମୃତି ଚାରଣ ସଭା ଅନୁଷ୍ଠିତ ହୋଇଯାଇଛି । ସେକ୍ଟର ୨ ସ୍ଥିତ ସିଟୁ କାଉଣ୍ଟରର ବରିଷ୍ଠ କର୍ମକର୍ତ୍ତା ମୀନକେତନ ରାଉତଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସଭାରେ ରଘୁନାଥପାଲି ବିଧାୟକ ସୁବ୍ରତ ତରାଇ, ବିମାନ ମାଇତି, ବସନ୍ତ ନାୟକ, ରାଜକିଶୋର ପ୍ରଧାନ, ସୁରେନ୍ଦ୍ର ବରାଳ, ଓସ୍କାର କୁଜୁର, ଗଗନ ଶତପଥୀ, ମଳୟ କୁମାର ଦାସ, ଟୁନା ମହାପାତ୍ର, ମନୋଜ ପଟ୍ଟନାୟକ, ଉମେଶ ଶରଣ, ଅଜୟ ଦାସ, ସୁଶାନ୍ତ ପଣ୍ଡା, ଦୀପକ ଦାସ, ନିରାପଦ ପଦି, ମନୋରଞ୍ଜନ ଦାଶ, ଶ୍ରୀକାନ୍ତ ଦାସ, ଶ୍ରୀମନ୍ତ ବେହେରା, ବାବୁନି ମହାପାତ୍ର, ସୁକେନ୍ଦୁ ପାତ୍ର, ଜଗବନ୍ଧୁ ନାୟକ, ସୁରେନ୍ଦ୍ର ଦାଶ, ରାଜୀବ ନାୟକ, ବୁବୁ ପତି, ଦିଲ୍ଲୀପ ଧଳସାମନ୍ତ, ଅନିରୁଦ୍ଧ ସାମଲ, ନାରାୟଣ ମହାନ୍ତି, ଅରବିନ୍ଦ ଦାସ, ଦେବେନ୍ଦ୍ର ପରିଜା, ଅରୁଣ ନାୟକ ପ୍ରମୁଖ ସ୍ମୃତି ଚାରଣ ସହ ତାଙ୍କ ସହ ବିତାଇଥିବା ମୁହୁର୍ତ୍ତକୁ ରୋମନ୍ଥନ କରିଥିଲେ । ଏହି ଅବସରରେ ବିଭିନ୍ନ ସ୍ଥାନରେ ଥିବା ଟିକେଟ କାଉଣ୍ଟରର କର୍ମକର୍ତ୍ତା ଗଣ ଓ ବହୁ ରାଜୀବ ପ୍ରେମୀ ଉପସ୍ଥିତ ଥିଲେ । ଶେଷରେ ସମସ୍ତେ ଗଙ୍ଗା ଭୋଜିରେ ମିଳିତ ହୋଇଥିଲେ ।

