oom

ମହାନ କଳାକାର ସ୍ୱର୍ଗତ ଉଦୟନାଥ ଦର୍ଜୀଙ୍କୁ ଶ୍ରଦ୍ଧାର୍ପଣ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ପୃଥ୍ୱୀରାଜ ହାଇସ୍କୁଲ ୧୯୭୭ ସାମାଜିକ ସାଂସ୍କୃତିକ ସଂଘ ଦ୍ୱାରା ସ୍ୱର୍ଗତ ଉଦୟନାଥ ଦର୍ଜୀଙ୍କ ଦ୍ୱାଦଶାହ ଗଙ୍ଗା ଶ୍ରାଦ୍ଧ ଅବସରରେ ସୁଦପଡା କଲ୍ୟାଣ ମଣ୍ଡପ ଠାରେ ଆଜି ଲିଖିତ ଏକ ଶ୍ରଦ୍ଧା ସୁମନାଞ୍ଜଳି ଅର୍ପଣ କରାଯାଇଥିଲା । ସ୍ୱର୍ଗତ ଦର୍ଜୀ ଜଣେ ବହୁମୁଖୀ ପ୍ରତିଭା ଥିଲେ । ପଶ୍ଚିମ ଓଡ଼ିଶାର ପୁରୁଣା ପ୍ରଖର ଗୀତିକାର, ଆକାଶବାଣୀର ସ୍ୱୀକୃତ କଳାକାର, ଜଣେ ସୁଦକ୍ଷ ଅଭିନେତା, ଅପ୍ରତିଦ୍ଵନ୍ଦୀ କୀର୍ତ୍ତନ ଗୁରୁ, ପାଲା ଓ ଦାସକାଠିଆ ଗାୟକମାନଙ୍କ ପ୍ରିୟ ସମ୍ବଲପୁରୀ ଗୀତିକାର, କରୁ କ୍ଷ ପର୍ଯ୍ୟନ୍ତ ଓଡିଆ ଆଦ୍ୟାକ୍ଷରରେ ମା’ ସମଲେଇଙ୍କ ଅନେକ ସ୍ତୁତି ରଚୟିତା, ଚମତ୍କାର ଛନ୍ଦୋବଦ୍ଧ କବିତାର ସ୍ରଷ୍ଟା, ବଲାଙ୍ଗିର କୋଶଳ କଳା ମଣ୍ଡଳ ମଞ୍ଚରେ ବହୁବାର କଳା ନିପୁଣତା ପ୍ରଦର୍ଶନ କରିଥିବା ଏହି ମହାନ କଳାକାରଙ୍କ ସ୍ମୃତି ଚାରଣ କରାଯାଇଥିଲା । ସଂଘର ସଭାପତି ରତନ କୁମାର ମହାରଣା, ସଂପାଦକ ଡ. ସୁକାନ୍ତ ପୁରୋହିତ, କୋଷାଧ୍ୟକ୍ଷ ବ୍ରଜବନ୍ଧୁ ସାଏଙ୍କ ସମେତ ନରେନ୍ଦ୍ର କୁମାର ଆଚାର୍ଯ୍ୟ, ସୁବାସ ଚନ୍ଦ୍ର ଶତପଥୀ, ସନ୍ତୋଷ କୁମାର ତ୍ରିପାଠୀ, ମୋହନ ଗୋପାଳ ପଣ୍ଡା, କୃପାସିନ୍ଧୁ ମିଶ୍ର, ଭଗବାନ ବଗର୍ତ୍ତୀ,ସତ୍ୟନାରାୟଣ ଦର୍ଜୀ, ସତ୍ୟନାରାୟଣ ପଣ୍ଡା ଓ ପ୍ରଦୀପ ମିଶ୍ର ପ୍ରମୁଖ ଅନେକ ସଦସ୍ୟ ସ୍ୱର୍ଗତ ଦର୍ଜୀଙ୍କ ପରିବାର ବର୍ଗଙ୍କ ଶୋକରେ ସହଭାଗୀ ହେଇଥିଲେ ।

jittmm
Leave A Reply

Your email address will not be published.