pr

ସର୍ବଭାରତୀୟ ଗ୍ରାମୀଣ ଡାକସେବକ ସଂଘର ଦ୍ୱାଦଶ ଦ୍ୱିବାର୍ଷିକ ସମ୍ମିଳନୀ ଅନୁଷ୍ଠିତ

dr. purohit

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ମୁଖ୍ୟ ଡାକଘର ପରିସରରେ ସର୍ବଭାରତୀୟ ଗ୍ରାମୀଣ ଡାକସେବକ ସଂଘର ଦ୍ୱାଦଶ ଦ୍ୱିବାର୍ଷିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ସଂଘର ବଲାଙ୍ଗିର ଜିଲ୍ଲା ସଭାପତି ଜୟକୃଷ୍ଣ ସାହୁଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଜ୍ୟସଭା ସାଂସଦ ନିରଂଜନ ବିଶି ଯୋଗଦାନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ପଶ୍ଚିମ ଓଡ଼ିଶା ମିଳିତ ଟ୍ରେଡ଼୍‌ ୟୁନିଅନ୍‌ ସଭାପତି ତଥା ବରିଷ୍ଠ ଆଇନଜୀବୀ ପ୍ରମୋଦ କୁମାର ମିଶ୍ର ଯୋଗଦାନ କରିଥିଲେ । ସଂଘର ଜିଲ୍ଲା ସାଧାରଣ ସଂପାଦକ ଦଶରଥ ଦାଶ ମଂଚାସୀନ ରହିଥିବାବେଳେ ସଂଘ ପକ୍ଷରୁ କରାଯାଉଥିବା ଦାବି ଗୁଡ଼ିକ ତୁରନ୍ତ ପୂରଣ କରିବା ଦିଗରେ କେନ୍ଦ୍ର ସରକାର ପଦକ୍ଷେପ ନେବା ପାଇଁ ଏହି ସମ୍ମିଳନୀରେ ଆଲୋଚନା ହୋଇଛି । ଗ୍ରାମୀଣ ଡାକସେବକ ମାନଙ୍କୁ ତୁରନ୍ତ ନିୟମିତ କରିବା ସହ ସେମାନଙ୍କ ଦାବୀ ପୂରଣ କରିବା ଆବଶ୍ୟକ ବୋଲି ରାଜ୍ୟସଭା ସାଂସଦ ଶ୍ରୀ ବିଶି କହିଛନ୍ତି ।

nrusinghnath
Leave A Reply

Your email address will not be published.