csstore

ଟିଟିଲାଗଡ଼ ଏସ୍‌ସିଡି ଚକ୍ଷୁ ଚିକିତ୍ସାଳୟକୁ ମୁଖ୍ୟମନ୍ତ୍ରୀ କଲେ ପୁରସ୍କୃତ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଓଡ଼ିଶା ସରକାରଙ୍କ ଚିକିତ୍ସାସେବା ପ୍ରଦାନ କ୍ଷେତ୍ରରେ ଏକ ଗୁରତ୍ୱପୂର୍ଣ୍ଣ ଯୋଜନା ହେଉଛି ଲୋକଙ୍କୁ ବିଜୁ ସ୍ୱାସ୍ଥ୍ୟ କାର୍ଡ ମାଧ୍ୟମରେ ଚିକିତ୍ସା ପ୍ରଦାନ । ଏହି ସ୍ୱାସ୍ଥ୍ୟ କାର୍ଡ ଦ୍ଵାରା ବହୁତ ଗରିବ ଅସହାୟ ଲୋକ ଚିକିତ୍ସିତ ହୋଇପାରୁଛନ୍ତି । ଏହି ବିଜୁ ସ୍ୱାସ୍ଥ୍ୟ କାର୍ଡ ଦ୍ଵାରା ଟିଟିଲାଗଡ଼ ପିପଲ୍ ପଦର ସ୍ଥିତ ଏସ୍‌ସିଡି ଚକ୍ଷୁ ଚିକିତ୍ସାଳୟରେ ମଧ୍ୟ ବହୁତ ରୋଗୀ ଚିକିତ୍ସିତ ହେଉଛନ୍ତି । ଏହି ବିଜୁ ସ୍ୱାସ୍ଥ୍ୟ କାର୍ଡ ଦ୍ଵାରା ଟିଟିଲାଗଡ଼ ତଥା ଆଖପାଖ ଅଞ୍ଚଳର ବହୁତ ଲୋକ ଏହି ଏସ୍‌ସିଡି ଚକ୍ଷୁ ଚିକିତ୍ସାଳୟରେ ଚିକିତ୍ସିତ ହୋଇ କେବିକେ ଜିଲ୍ଳାରେ ରେକର୍ଡ ସୃଷ୍ଟି କରିବା ତଥା ସଫଳତାର ସହ ଅସ୍ତ୍ରୋପଚାର କରିବା ସହ ରୋଗୀଙ୍କୁ ଉତ୍ତମ ସେବା ପ୍ରଦାନ କ୍ଷେତ୍ରରେ ଦୁଇ ବର୍ଷ (୨୦୨୧-୨୨-୨୩ ) ପାଇଁ ଦୁଇ ଦୁଇଟି ପ୍ରଥମ ପୁରସ୍କାର ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କଠାରୁ ପ୍ରୋଜେକ୍ଟ ଡାଇରେକ୍ଟର ମୋହିତ ମୋହନ ଦାସ ଗ୍ରହଣ କରିଛନ୍ତି । ଯାହାକି ଏସ୍‌ସିଡି ଚକ୍ଷୁ ଚିକିତ୍ସାଳୟର ଦକ୍ଷତାକୁ ପ୍ରତିପାଦନ କରୁଛି । ଅନ୍ୟ ବଡ଼ ବଡ଼ ହସ୍ପିଟାଲ ଥାଇ ମଧ୍ୟ ସେମାନଙ୍କ ମଧ୍ୟରୁ ସେବା ପ୍ରଦାନ କରିବାରେ ଏସ୍‌ସିଡି ଚିକିତ୍ସାଳୟ ଯୋଗ୍ୟତା ହାସିଲ କରିବା ମଧ୍ୟ ଅଞ୍ଚଳ ପାଇଁ ଗର୍ବର ବିଷୟ । ଏହି ପୁରସ୍କାର ଗ୍ରହଣ କରିବା ପରେ ଶ୍ରୀ ଦାସ ଏସ୍‌ସିଡି ଚକ୍ଷୁ ଚିକିତ୍ସାଳୟର ସମସ୍ତ ଅଧିକାରୀ, କର୍ମଚାରୀ, ଷ୍ଟାଫମାନଙ୍କୁ କୃତଜ୍ଞତା ଜ୍ଞାପନ କରିବା ସହ ରାଜ୍ୟ ସରକାରଙ୍କୁ ଧନ୍ୟବାଦ୍ ଜଣାଇଛନ୍ତି ।

jayashree
Leave A Reply

Your email address will not be published.