ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ସଦରଠାରେ ଚମାର ମେହେର ଉଚ୍ଚ ବିଦ୍ୟାଳୟଠାରେ ବାର୍ଷିକ କ୍ରୀଡା ଉତ୍ସବ ୨୦୨୪ ଅନୁଷ୍ଠିତ ହୋଇଯାଇଛି । ସର୍ବ ପ୍ରଥମେ ସମସ୍ତ ଛାତ୍ରଛାତ୍ରୀ ଗୋହିରାପଦର ସ୍ଥିତ ମା’ ଛୁଟିଗୁଡି ମନ୍ଦିରଠାରୁ ମଶାଲ ଶୋଭାଯାତ୍ରାରେ ବାହାରି ଗ୍ରାମ ପରିକ୍ରମା କରି ସ୍କୁଲରେ ପହଂଚିଥିଲେ । ପରେ ପ୍ରଧାନ ଶିକ୍ଷକ ପଙ୍କଜ ମେହେର ଖେଳର ପତାକା ଉତ୍ତୋଳନ କରି ଖେଳର ଶୁଭାରମ୍ଭ କରିଥିଲେ । ତିନୋଟି ଗୃପରେ ଖେଳ ପରିଚାଳିତ କରାଯାଇଥିଲା । ଏଥିରେ କବାଡି, ସଟ୍ଫୁଟ୍, ଡିସ୍କସ୍, ରସିଡିଆଁ, ପୁଚି, ମ୍ୟୁଜିକ ଚେୟାର, ବସ୍ତା ଡିଆଁ, ଚାମଚ ଖେଳ, ଜିଲାପି ଖିଆ ପ୍ରଭୁତି ଖେଳ ଅନୁଷ୍ଠିତ ହୋଇଥିଲା । ଖେଳ କ୍ରୀଡା ଶିକ୍ଷକ ବେଦବର ମାଝୀଙ୍କ ତତ୍ୱାବଧାନରେ ହୋଇଥିଲା । ଏଥିରେ କ୍ଷେତ୍ରମୋହନ ମେହେର, ମମତା ମେହେର, ରଶ୍ମୀରଞ୍ଜନ ରାଉତରାୟ, ହରେକୃଷ୍ଣ ତାଣ୍ଡି, ଦୀପାଞ୍ଜଳି ତାଣ୍ଡି, ଇନ୍ଦୁମତି ଶବର, ପ୍ରଶାନ୍ତ କୁମାର ସାହୁ, ମନିଶା ନାଗବଂଶ, ସବିତା ଦାସ, ଇନ୍ଦ୍ର ଭୋଇ ଓ ସୁନିତା ପଧାନ ସହାୟତା କରିଥିଲେ । ବଙ୍ଗୋମୁଣ୍ଡା ବିଇଓ ବୈକୁଣ୍ଠ ନାଥ ଶବର, ଏବିଇଓ ଅରୁଣ କୁମାର ଯୋଶୀ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । ଏଥିରେ ହରେକୃଷ୍ଣ ତାଣ୍ଡି ଧନ୍ୟବାଦ ଅର୍ପଣ କରିଥିଲେ । ଏଥିରେ ଅନୁଷ୍ଠାନର ସମସ୍ତ କର୍ମଚାରୀମାନେ ସହଯୋଗ କରିଥିଲେ ।
Next Post