oom

ଗନ୍ଧରାବନ୍ଧ ପଞ୍ଚାୟତରେ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ

jsmm

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ଗନ୍ଧରାବନ୍ଧ ପଞ୍ଚାୟତ କାର୍ଯ୍ୟାଳୟଠାରେ ଆମ ଓଡ଼ିଶା ନବୀନ ଓଡ଼ିଶା ପଞ୍ଚାୟତସ୍ତରୀୟ ସଚେତନନା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ କାର୍ଯ୍ୟନିର୍ବାହୀ ଅଧିକାରୀ ଶଶୀକାନ୍ତ ପ୍ରଧାନଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ରୂପେ ଗନ୍ଧରାବନ୍ଧ ପଞ୍ଚାୟତ ସରପଞ୍ଚ ରୁଷଭ ପୁଟେଲ, ସମ୍ମାନିତ ଅତିଥି ଭାବେ ସମିତି ସଭ୍ୟା ସଭ୍ୟା ଜଗତ, ଏପିଓ ଲକ୍ଷ୍ମଣ ବୁଡେକ, ବଙ୍ଗୋମୁଣ୍ଡା ବ୍ଲକ ସାମ୍ବାଦିକ ସଂଘର ସମ୍ପାଦକ ହୁଲେଶ୍ୱର ହଂସ, ବ୍ଲକ କଳା ସାଂସ୍କୃତିକ ସଂଘର ଉପସଭାପତି ରେଣୁରଞ୍ଜନ ବାଗ, ସଂଘ କନିଷ୍ଠ ଯନ୍ତ୍ରୀ ବିକାଶଚନ୍ଦ୍ର ଦୀପ, ଜୟନାରାୟଣ ବାଗ, ଇଓ ପରମାନନ୍ଦ ମହାନନ୍ଦ, ଜିଆର୍‌ଏସ୍‌ ଡୋଳାମଣି ସାହୁ, ଯୁବନେତା ଖଗେଶ୍ୱର ବାଗ, ନାଏବ ସରପଞ୍ଚ ଗୁରୁବାରୀ ପୁଟେଲ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । ଏଥିରେ ପଞ୍ଚାୟତର ସମସ୍ତ ୱାର୍ଡ ସଭ୍ୟ, ସଭ୍ୟା ଉପସ୍ଥିତ ଥିଲେ । ଉପସ୍ଥିତ ଅତିଥିମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଭିନ୍ନ ଲୋକାଭିମୁଖି ଯୋଜନା ବିଷୟରେ ଆଲୋଚନା କରିଥିଲେ । ଶିକ୍ଷାବିତ୍‌ ହରପ୍ରସାଦ ମାଝୀ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇଥିଲା । ସରକାରଙ୍କ ବିଭିନ୍ନ ଯୋଜନା ବିଷୟରେ ଲୋକଗୀତ ମାଧ୍ୟମରେ ଲୋକଙ୍କୁ ଜଣାଇଥିଲେ ।

jittmm
Leave A Reply

Your email address will not be published.