oom

ନୁନିଆପାଲି ପଂଚାୟତ କାର୍ଯ୍ୟାଳୟରେ କିଶୋରୀ ମେଳା

jsmm

ଲୋଇସିଂହା, (ବିମଳେନ୍ଦୁ ସାହୁ) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ନୁନିଆପାଲି ଗ୍ରାମ ପଂଚାୟତ କାର୍ଯ୍ୟାଳୟ ପରିସରରେ କିଶୋରୀ ମେଳା ଅନୁଷ୍ଠିତ ହୋଇଯାଇଛି । ଆଗଲପୁର ବ୍ଲକ ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ସୁପରଭାଇଜର ସୁଦେଷ୍ଣା ମେହେରଙ୍କ ତତ୍ଵାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ନୁନିଆପାଲି ଉଚ୍ଚ ବିଦ୍ୟାଳୟର ଶିକ୍ଷକ ଅମୁଲ୍ୟ ବେହେରା, ନାଏବ ସରପଞ୍ଚ ରଂଜିତ ମିର୍ଦ୍ଧା, ମନ୍ଦାର ସାହୁ, ସବିତା ସାହୁ ପ୍ରମୁଖ ମଂଚାସୀନ ଥିଲେ । ପଲ୍ଲୀ ଆଲୋକ ପାଠାଗାର ନଅଗାଁ (ଖ)ର ଗୋବିନ୍ଦ ଚନ୍ଦ୍ର ବିଶି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ପ୍ରାରମ୍ଭରେ ସାମୁହିକ ଜାଗରଣ ସଂଗୀତ ପରିବେଷଣ କରାଯିବା ପରେ ଉଦ୍ଦେଶ୍ୟ ଜ୍ଞାପନ କରାଯାଇଥିଲା । ଶିଶୁ ଅଧିକାର, ନାରୀ ନିର୍ଯ୍ୟାତନା, ଶିଶୁ ଶ୍ରମିକ, ବାଲ୍ୟ ବିବାହ ଆଦି ସମସ୍ୟାକୁ ନେଇ ଅତିଥିମାନେ ମତବ୍ୟକ୍ତ କରିବା ସହିତ କିଶୋରୀଙ୍କ ସଠିକ୍ ପୃଷ୍ଟିସାଧନା ଓ ସୁସ୍ଥ ଜୀବନ ଯାପନ ଉପରେ ଗୁରୁତ୍ୱାରୋପ କରାଯାଇଥିଲା । ଏହି ଅବସରରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତି କିଶୋରୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ପଲ୍ଲୀ ଆଲୋକ ପାଠାଗାରର ପ୍ରହଲ୍ଲାଦ ପଧାନ, ପ୍ରଶାନ୍ତ କୁଅଁର, ନମିତା ପଧାନ, ପିଣ୍ଟୁ ପଧାନ, ଅଙ୍ଗନୱାଡି କର୍ମୀ ଯାଜ୍ଞସିନୀ ହରପାଳ, ବିଜୟଲଷ୍ମୀ ସାହୁ, ପୁଷ୍ପା ପଧାନ, ଗୁପେଶ୍ୱରୀ ପଧାନ, ଦଶମୀ ତାଣ୍ଡି, କୁନ୍ତୀ ଭୋଇ, ହାରାବତୀ ସାହୁ, ଯଶୋବନ୍ତ ସାହୁଙ୍କ ସମେତ ସମସ୍ତ ଆଶାକର୍ମୀ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.