csstore

ହରିହର ନୋଡାଲ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ବ୍ଲକ ଯୋଗିସର୍ଡା ସ୍ଥିତ ହରିହର ନୋଡାଲ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବ୍ଲକ ଶିକ୍ଷାଧିକାରୀ ସୁଶ୍ରୀ ରୀନା କୁମାରୀ ବେହେରାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅନୁସୂଚିତ ଜାତି ଓ ଜନଜାତି ନିର୍ଦ୍ଦେଶକ ଇନ୍ଦ୍ରମଣି ତ୍ରିପାଠୀ ଯୋଗ ଦେଇଥିଲେ । ମୁଖ୍ୟବକ୍ତା ଭାବେ ବଲାଙ୍ଗିର ଲେଖକ ପରିଷଦର ସମ୍ପାଦକ ପ୍ରାଧ୍ୟାପକ ଡ. ସନ୍ତୋଷ ରଥ ଏବଂ ସମ୍ମାନିତ ଅତିଥି ଭାବେ ଆଗଲପୁର ବ୍ଲକ ଶିକ୍ଷାଧିକାରୀ ଦିଲ୍ଲୀପ କୁମାର ପାଠୀ, କବି ରାଜକୁମାର ମିଶ୍ର, ହରେକୃଷ୍ଣ ନାଏକ, ଆୟୋଜକ ଅନୁଷ୍ଠାନର ପ୍ରଧାନ ଶିକ୍ଷକ ଅଶୋକ କୁମାର ତ୍ରିପାଠୀ ପ୍ରମୁଖ ମଞ୍ଚାସୀନ ଥିଲେ । ପ୍ରାରମ୍ଭରେ ପ୍ରଧାନ ଶିକ୍ଷକ ଶ୍ରୀ ତ୍ରିପାଠୀ ବିଦ୍ୟାଳୟର ବାର୍ଷିକ ବିବରଣୀ ପାଠ କରିଥିଲେ । ନୀଳମଣି ତ୍ରିପାଠୀଙ୍କ ଦ୍ଵାରା ନିର୍ଦ୍ଦେଶିତ ତଥା କବି ରାଜକୁମାର ମିଶ୍ରଙ୍କ ଦ୍ଵାରା ରଚିତ “ମୋ ଗାଁ” ପୁସ୍ତକ ଅତିଥି ଅଭ୍ୟାଗତଙ୍କ ଦ୍ଵାରା ଉନ୍ମୋଚିତ ହୋଇଥିଲା । ଏହି ଅବସରରେ ପ୍ରାକ୍ତନ ଶିକ୍ଷକ ଶିବପ୍ରସାଦ ତ୍ରିପାଠୀ, ସୁମନ୍ତ କୁମାର ସାହୁ, ଛାତ୍ରୀ ପ୍ରତିଭାମୟୀ ତ୍ରିପାଠୀ, ଐଶ୍ୱର୍ଯ୍ୟା ତ୍ରିପାଠୀ, କିରନ୍ମୟୀ ସାହୁ, ପ୍ରତୀକ୍ଷା ହରପାଲ, କୁସୁମ ମଞ୍ଜରି ବିଶ୍ଵାଳଙ୍କୁ ସମ୍ୱର୍ଦ୍ଧିତ କରାଯାଇଥିଲା । ଶିକ୍ଷକ ସଚ୍ଚିଦାନନ୍ଦ ଭୋଇ କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ଡୋଳାମଣି ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

jayashree
Leave A Reply

Your email address will not be published.