jayashree

ରାଉରକେଲାରେ ମାଣିକା ଫାଉଣ୍ଡେସନ୍‌ର ଡାଣ୍ଡିଆ ନାଇଟ୍ସ : ୨୦୦ ମହିଳାଙ୍କ ଉତ୍ସାହପୂର୍ଣ୍ଣ ଅଂଶଗ୍ରହଣ

ରାଉରକେଲା, (ସସ୍ମିତା ପ୍ରଧାନ) : ମାଣିକା ଫାଉଣ୍ଡେସନ୍ ପକ୍ଷରୁ ଭବ୍ୟ ଓ ରଙ୍ଗାରଙ୍ଗ ଡାଣ୍ଡିଆ ନାଇଟ୍ସ ଆୟୋଜିତ ହୋଇଯାଇଛି । ପ୍ରାୟ ୨୦୦ ଜଣ ମହିଳା ଉତ୍ସାହର ସହ ଯୋଗଦେଇ ନୃତ୍ୟ, ସଙ୍ଗୀତ ଓ ଆନନ୍ଦରେ ସାମିଲ ହୋଇଥିଲେ । ମାଣିକ ଫାଉଣ୍ଡେସନର ସଭାପତି କାମିନୀ ମହନ୍ତଙ୍କ ଆବାହକତ୍ୱ ଓ ସାଂସ୍କୃତିକ ସମ୍ପାଦିକା ଅର୍ଚନା ସାହୁଙ୍କ ପରିଚାଳନାରେ ଝିଲିମା ମହାନ୍ତିଙ୍କ ସଂଯୋଜନାରେ କାର୍ଯ୍ୟକ୍ରମଟି ସୁଚାରୁ ରୂପେ ସମ୍ପାଦନା ହୋଇଥିଲା । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଓଏସ୍ ସୁଦୀପ୍ତ କୁମାର ନାୟକ, କ୍ରୀଡ଼ା ଉପନିର୍ଦ୍ଦେଶକ ଏବଂ ସୁନ୍ଦରଗଡ଼ କ୍ରୀଡ଼ା ସଂଘର ଉପନିର୍ଦ୍ଦେଶକ ସୁବ୍ରତ ତରାଇ ଯୋଗଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ମନୋରମା ଦାସ, ଡିଏସ୍‌ପି ସୁଶାନ୍ତ କୁମାର ଦାସଙ୍କ ପତ୍ନୀ, ମୁଖ୍ୟ ପରାମର୍ଶଦାତା ଦୀପକ ଦାସ, ମୁଖ୍ୟ ସୁରକ୍ଷା ଅଧିକାରୀ ସାରଙ୍ଗଧର, ବ୍ୟବସାୟୀ ରୂପେଶ କୋଠାରୀ, ପରାମର୍ଶଦାତା ବସନ୍ତ ପାଠୀ, ରଞ୍ଜିତ କୁମାର ବେହେରା, ପଦ୍ମିନୀ ପାଣିଗ୍ରାହୀ, ଇନ୍ଦିରା ପଣ୍ଡା, ଦେବସ୍ମିତା ଓ ଆଡଭୋକେଟ୍ ରେଖା ଗୁପ୍ତା ପ୍ରମୁଖ ଉପସ୍ଥିତ ଥିଲେ । ବେଷ୍ଟ କଷ୍ଟ୍ୟୁମ୍, ବେଷ୍ଟ କପଲ୍, ବେଷ୍ଟ ଗ୍ରୁପ୍, ବେଷ୍ଟ ଡାଣ୍ଡିଆ ଆଉଟଫିଟ୍, ବେଷ୍ଟ ଆଙ୍କର୍, ବେଷ୍ଟ ସୋଲୋ ପରଫର୍ମର ଆଦି ବର୍ଗରେ ପୁରସ୍କାର ପ୍ରଦାନ କରାଯାଇଥିଲା । ସ୍ପନ୍ସର ସେନକୋ ଗୋଲ୍ଡ ଆଣ୍ଡ ଡାଇମଣ୍ଡସଙ୍କୁ କୃତଜ୍ଞତା ଜଣାଯାଇଛି । ଝିଲିମା ମହାନ୍ତିଙ୍କ ଉପସ୍ଥାପନା ଦର୍ଶକଙ୍କୁ ଶେଷ ପର୍ଯ୍ୟନ୍ତ ବାନ୍ଧି ରଖିଥିଲା ।

Leave A Reply

Your email address will not be published.