
ରାଉରକେଲା, (ସସ୍ମିତା ପ୍ରଧାନ) : ୩୯ ବର୍ଷ ସିଡିପିଓ ଭାବେ କର୍ମକ୍ଷେତ୍ରରେ କାର୍ଯ୍ୟ କରିବା ପରେ ଚାକିରୀରୁ ଅବସର ଗ୍ରହଣ କରିଛନ୍ତି ଦର୍ଶନୀ ଏକ୍କା । ରାଜ୍ୟ ମହିଳା ଓ ଶିଶୁ ବିଭାଗ ଅଧିନସ୍ଥ ରାଉରକେଲା ଉଦିତନଗର ସ୍ଥିତ ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ଭାବେ କାର୍ଯ୍ୟ କରି ଶ୍ରୀମତୀ ଏକ୍କା ଏକ ବିଦାୟକାଳୀନ ସମ୍ବର୍ଦ୍ଧନା ଉତ୍ସବରେ ଚାକିରିରୁ ଅବସର ନେଇଛନ୍ତି । ବ୍ଲକ ସ୍ତରରେ ଶିଶୁ ବିକାଶ ଏବଂ ପୁଷ୍ଟିସାର କାର୍ଯ୍ୟକ୍ରମ ପରିଚାଳନା କରି ଶ୍ରୀମତୀ ଦର୍ଶନୀ ଏକ୍କା ସ୍ଥାନୀୟ ଅଙ୍ଗନୱାଡି କେନ୍ଦ୍ରଗୁଡ଼ିକ ତଦାରଖ କରନ୍ତି । ପୁଷ୍ଟିହୀନତା ଏବଂ ଶିଶୁ ମୃତ୍ୟୁହାର ହ୍ରାସ କରିବା ପାଇଁ ଥିଲା ତାଙ୍କର ମୁଖ୍ୟ କାର୍ଯ୍ୟ । ୨୦୨୬ ସେପ୍ଟେମ୍ବର ୩୦ ତାରିଖ ବୁଧବାର ଦିନ ଏକ ସ୍ଵତନ୍ତ୍ର ବିଦାୟ କାଳୀନ ସମ୍ବର୍ଦ୍ଧନା ଉତ୍ସବରେ ଶ୍ରୀମତୀ ଦର୍ଶନୀ ଏକ୍କାଙ୍କୁ ବିଭିନ୍ନ ଅଙ୍ଗନୱାଡି କେନ୍ଦ୍ରର ସୁପରଭାଇଜର ଏବଂ ଅଙ୍ଗନୱାଡି କର୍ମୀମାନେ ତାଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା ଅବସରରେ କେକ୍ କାଟି ତାଙ୍କୁ କର୍ମକ୍ଷେତ୍ରରୁ ବିଦାୟ ଦେବା ସହିତ ୩୯ ବର୍ଷ ଚାକିରୀ ଜୀବନରେ ଶ୍ରୀମତୀ ଯେଉଁ କାର୍ଯ୍ୟ ଦକ୍ଷତା ଦେଖାଇଥିଲେ, ତାହାର ମଧ୍ୟ ପ୍ରଶଂସା କରିଥିଲେ ଉପସ୍ଥିତ ସୁପରଭାଇଜର ଏବଂ ଅଙ୍ଗନୱାଡି କର୍ମୀମାନେ ।