jayashree

ଗରିମା ପରିବାର ତରଫରୁ ଚତୁର୍ଥ ଶ୍ରେଷ୍ଠ ଓଡ଼ିଆଣୀ ସମ୍ପନ୍ନ

  • ସସ୍ମିତା ସାହୁ ଶ୍ରେଷ୍ଠ ଓଡ଼ିଆଣୀ ଓ ସସ୍ମିତା ପାତ୍ର ରନର୍ସ ଅପ୍

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଅନ୍ୟତମ ସାମାଜିକ ସଂଗଠନ ଗରିମା ପରିବାରର ଶ୍ରେଷ୍ଠ ଓଡ଼ିଆଣୀ ସିଜିନ୍ ୪ର ସ୍ଥାନୀୟ ସିଭିକ୍ ସେଣ୍ଟର୍ ଠାରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଚଳିତ ଶ୍ରେଷ୍ଠ ଓଡ଼ିଆଣୀ ସିଜିନ ୪ର ବିଜେତା ହେଲେ ସସ୍ମିତା ସାହୁ, ପ୍ରଥମ ରନର୍ସ ଅପ୍ ସସ୍ମିତା ପାତ୍ର ଓ ଦ୍ୱିତୀୟ ରନର୍ସ ଅପ୍ ଦିପ୍ତିମୟୀ ଜେନା ପ୍ରମୁଖ ବିଜୟୀ ହୋଇ ବିପୁଳ ପୁରସ୍କାର ଲାଭ କରିଛନ୍ତି । ପରିବାରର ପ୍ରତିଷ୍ଠାତା ଶଙ୍କର ଜେନାଙ୍କ ଆବାହକତ୍ୱ ମୋନାଲିସା ସାହୁଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଆର୍‌ଏସ୍‌ପି ଲୋକସମ୍ପର୍କ ବିଭାଗ ମୁଖ୍ୟ ମହାପ୍ରବନ୍ଧକ ଅର୍ଚ୍ଚନା ଶତପଥୀ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଡ. ଶ୍ରାବଣୀ ନାୟକ, ମିସେସ ଇଣ୍ଡିଆ ଇଣ୍ଟରନ୍ୟାସନାଲ କ୍ଲାସିକ ବିଜେତା ଜୟା ଗୁପ୍ତା ପ୍ରମୁଖ ଯୋଗଦେଇ ପ୍ରତିଯୋଗୀଙ୍କୁ ଉତ୍ସାହିତ କରିବା ସହ ପୂର୍ବରୁ ଆୟୋଜିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ ବିଜେତା ମାନଙ୍କୁ ପୁରସ୍କୃତ କରିଥିଲେ । ଏହାସହ ଏହି କାର୍ଯ୍ୟକ୍ରମରେ ସମସ୍ତ ବିଚାରକ ମଣ୍ଡଳୀଙ୍କୁ ସମ୍ମାନିତ କରାଯାଇଥିଲା । ସେହିପରି ବିଶେଷ ସ‌ହଯୋଗ ରଖିଥିବା ସମାଜସେବୀ ଝସକେତନ ମେହେର ଓ ଶିଖା ଅଗ୍ରୱାଲଙ୍କୁ ସମ୍ମାନିତ କରାଯାଇଥିଲା । ଉପଦେଷ୍ଟା ରଶ୍ମିତ ସାହାଣୀ, ସୁନିଲ କାୟଲ, ସନ୍ତୋଷ ଅଗ୍ରୱାଲ, ପୃଷ୍ଠପୋଷକ ଲଳିତା ମୁଦାଲି, ଡା. ସ୍ୱୟଂସ୍ତୁତୀ ପଟ୍ଟନାୟକ, ଡ. ସମ୍ପାଦିକା ମହାନ୍ତି, ସଭାପତି ମମତା ନାୟକ, ସମ୍ପାଦକ ଡ଼ଃ. ସରିତା ମଲ୍ଲ, କାର୍ଯ୍ୟକ୍ରମର ସଂଯୋଜକ ସୁମିତା ମହାନ୍ତି, ଅଧ୍ୟକ୍ଷ ନିହାରିକା ବସ୍ତିଆ, ପ୍ରଣତୀ ପଟ୍ଟନାୟକ, ରେବତୀ ବାରିକ, ଶର୍ମିଲା ରାଜଗୁରୁ, ଶାନ୍ତିଲତା ବାରିକ, ଶଙ୍ଖରିନା ପ୍ରଧାନ, ଲୀନା ତ୍ରିପାଠୀ, ରଶ୍ମିତା ଚୌଧୁରୀ, ଦେବସ୍ମିତା ଶତପଥୀ, ତପସ୍ଵିନୀ ପାତ୍ର, ଶୁଭଲକ୍ଷ୍ମୀ ପାତ୍ର, ରଶ୍ମି ନାୟକ, ଅଞ୍ଜୁ ପାଣ୍ଡେ, ଲୁସି ଦାଶ, ମଞ୍ଜୁରାଣୀ ମେହେର, ବ୍ରତତୀ ପ୍ରଧାନ, ରଞ୍ଜିତା ଶତପଥୀ, ମନବତୀ ସାହୁ, ରିମି ଚକ୍ରବର୍ତ୍ତୀ, ମୀନତି ମୋଦୀ, ସୁନିତା ଶ୍ରିନିବାସନ, ମୀନାକ୍ଷୀ ପାଢ଼ୀ, ଗାୟତ୍ରୀ ମହାନ୍ତି, ବିଷ୍ଣୁପ୍ରିୟା ଦାଶ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.