jayashree

ସାଧାରଣ ନିର୍ବାଚନ ୨୦୨୪ ନିମନ୍ତେ ମୋବାଇଲ ଡେମୋଷ୍ଟ୍ରେସନ୍

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ବୋଡେନ ବ୍ଲକର ବିଭିନ୍ନ ନିର୍ବାଚନ ସମୟରେ ଇଭିଏମ୍‌ରେ ଭୋଟରଙ୍କ ଦ୍ଵାରା ଭୁଲ ହୁଏ ।ସଠିକ୍ ଭାବରେ ସଚେତନ ନ ଥାଆନ୍ତି ଭୋଟର । ଏମିତି କିଛି ସ୍ଥାନରେ ଭୋଟର କାହାକୁ ଭୋଟ ଦେଲେ ତାହା ନିଜେ ମଧ୍ୟ ଜାଣି ପାରନ୍ତି ନାହିଁ । ନିଜ ପସନ୍ଦର ପ୍ରାର୍ଥୀଙ୍କୁ ଭୋଟ ଦେଲା ପରେ ସେହି ଭୋଟଟି ପ୍ରାର୍ଥୀ ସପକ୍ଷରେ ଗଲା ନା ନାହିଁ ତାହା ଜାଣି ପାରୁ ନଥିଲେ । ତେଣୁ ସରକାର ବର୍ତ୍ତମାନ ସେହି ଭୋଟରମାନଙ୍କୁ ସଚେତନ କରିବା ନିମିତ୍ତ ସରକାରୀ କର୍ମଚାରୀଙ୍କୁ କଣ୍ଟ୍ରୋଲ ୟୁନିଟ, ଭିଭି ପ୍ୟାଡ ଓ ବେଲ୍‌ଟ୍‌ ୟୁନିଟ ପ୍ରଦାନ କରିଛନ୍ତି । ଏହି ସବୁ ସାମଗ୍ରୀ ଧରି ଗାଁ ଗାଁ ବୁଲି ଲୋକଙ୍କୁ ସଠିକ୍ ଭାବରେ ଭୋଟ ଦେବାର ପ୍ରକ୍ରିୟା ଶିଖାଇବାକୁ । ଆଜି ତାହା ଦେଖିବାକୁ ମିଳିଲା ବୋଡ଼େନ ବ୍ଲକର ଜୟବାହାଲ ଓ ରୋକାଲ ଗ୍ରାମରେ । ସହକାରୀ ନିର୍ବାହୀ ଯନ୍ତ୍ରୀ ଆଶୁତୋଷ ରାଉତ, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ନେପାଲ ଚନ୍ଦ୍ର ଦେ ଆସନ୍ତା ସାଧାରଣ ନିର୍ବାଚନ ୨୦୨୪ ନିମନ୍ତେ ନୂଆ ଭୋଟର, ବୃଦ୍ଧ ବୃଦ୍ଧା ଓ ମହିଳାଙ୍କୁ ଇଭିଏମ୍‌ ମାଧ୍ୟମରେ କିପରି ଭୋଟ ଦେବେ ତାହା ବାରମ୍ବାର ଶିଖାଇ ଥିଲେ । ବେଲ୍‌ଟ୍‌ ୟୁନିଟରେ ଗ୍ରୀନ ଲାଇଟ୍ ଜଳିବା ପରେ ସେଇଠି ଲେଖାଥିବା ପ୍ରାର୍ଥୀଙ୍କ ନାମ ଓ ଦଳୀୟ ଚିହ୍ନର ପାର୍ଶ୍ଵରେ ଥିବା ବଟନ୍‌କୁ କିପରି ଦବାଇବେ, ସେ ଯାହାକୁ ଭୋଟ ଦେଲେ ତାହା ସପକ୍ଷରେ ଭୋଟ ପଡ଼ିଲା କି ନାହି ତାହା ସେ ଜାଣିବେ କିପରି, ଏସବୁର ଶିକ୍ଷା ପ୍ରଦାନ କରୁଥିଲେ ସହକାରୀ ନିର୍ବାହୀ ଯନ୍ତ୍ରୀ ଆଶୁତୋଷ ରାଉତ । ଏବିଇଓ ନେପାଲ ଚନ୍ଦ୍ର ଦେ ଭୋଟରଙ୍କ ନାମ ପଞ୍ଜିକୃତ କରି ଇଭିଏମ୍‌ ପାଖକୁ ପଠାଇବା ଦୃଷ୍ଟିକୁ ଆସିଥିଲା । ପ୍ରଧାନ ଶିକ୍ଷକ କ୍ଷୀରସିନ୍ଧୁ ଶବର, ବିଏଲ୍‌ଓ ସତ୍ୟଜିତ ଶବର, ପୋଲିସ ଷ୍ଟାପ୍‌ ବିଘ୍ନରାଜ ମାଝୀ, ଚନ୍ଦ୍ର ମାଝୀ, ନୀଳାମ୍ବର ମାଝୀ, ଗାଡ଼ି ଚାଳକ ଶରତ ମାଝୀ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ସହଯୋଗ କରୁଥିଲେ । ଭୋଟର ସଚେତନତା ପାଇଁ ଏହି କାର୍ଯ୍ୟକ୍ରମ ପ୍ରଶଂସନୀୟ ବୋଲି ଭୋଟରମାନେ କହିଛନ୍ତି ।

Leave A Reply

Your email address will not be published.